ଲୁହା ଚକ ଲଗା ଟ୍ରାକ୍ଟର ଯୋଗୁଁ ରାସ୍ତା ହେଉଛି ନଷ୍ଟ

0 1,193

hiring

ବୌଦ୍ଧ – ଚାଷ କାମରେ ବ୍ୟବହାର ହେଉଥିବା ଲୁହା ଚକ ଲଗା ଟ୍ରାକ୍ଟର ମାନଙ୍କ ଯୋଗୁଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ରାସ୍ତା ଗୁଡିକ ଅଳ୍ପ ଦିନରେ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି l ଜିଲ୍ଲା ଦେଇ ଯାଇଥିବା 57 ନମ୍ବର୍ ରାଜପଥ ସମେତ ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ପିଚୁ ରାସ୍ତା ଗୁଡିକ କ୍ଷତି ଗ୍ରସ୍ତ ହେଉଥିବା ଦେଖାଯାଏ l ଟ୍ରାକ୍ଟର ମାଲିକ ମାନେ ହଳ କରିବାକୁ ଯାଇଥିବା ଚାଷ ଜମି ନିକଟରେ ଲୁହା ଚକ ସଂଯୋଗ କଲେ ରାସ୍ତା ନଷ୍ଟ ହୁଅନ୍ତା ନାହିଁ କିନ୍ତୁ ସେମାନେ ତାହା ନକରି ଲୁହା ଚକ ଲଗାଇ ସର୍ବସାଧାରଣ ରାସ୍ତା ଉପରେ ନେଉଥିବା ହେତୁ ଏ ସମସ୍ୟା ଉପୁଜୁଥିବା ଅଭିଯୋଗ ହୁଏ |
ଗତ କିଛି ମାସ ତଳେ ଜାତୀୟ ରାଜପଥ ନମ୍ବର୍ 57 ର ଲାଣ୍ଡିବନ୍ଧ ଛକରୁ ଜେଲ୍ ବାଟ ଦେଇ ଦେବଗଡ଼ ଗ୍ରାମ ଆଡକୁ ଯାଇଥିବା ରାସ୍ତା କାମ କରାଯାଇଥିଲା | କିଛି ଦିନ ମଧ୍ୟରେ ଲୁହା ଚକ ଲଗା ଟ୍ରାକ୍ଟର ଗୁଡିକ ଏ ରାସ୍ତା ଦେଇ ଯାଉଥିବା ଯୋଗୁଁ ରାସ୍ତା ଅବସ୍ଥା ଶୋଚନୀୟ ହେବାକୁ ବସିଛି l ଟ୍ରାକ୍ଟର ମାଲିକ ଓ ଚାଳକ ମାନେ ଏ ସମ୍ପର୍କରେ ସଚେତନ ହେଉନଥିବା ଯୋଗୁଁ ସର୍ବ ସାଧାରଣଙ୍କ ସମ୍ପତ୍ତି ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି l ରାସ୍ତା ନିର୍ମାଣ କରିଥିବା ବିଭାଗର ଅଧିକାରୀ ମାନେ ଅମାନିଆ ଟ୍ରାକ୍ଟର ଗୁଡିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ସେମାନେ ଅନାୟାସରେ ଲୁହା ଚକ ଲଗାଇ ରାସ୍ତାରେ ଯିବା ଆସିବା କରୁ ଥିବା ଜନସାଧାରଣରେ ଆଲୋଚନା ହେଉଛି l ଏ ଦିଗରେ ନିର୍ମାଣକାରୀ ବିଭାଗର ଅଧିକାରୀ ମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି l

hiranchal ad1
Leave A Reply

Your email address will not be published.

eight − eight =