ଅଗ୍ନିବିପନ୍ନଙ୍କୁ ସହାୟତା ହାତ ବଢାଇଲା ଆଞ୍ଚଳିକ ସେବା ସଂସଦ

0 486

ଆଠମଲ୍ଲିକ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକବ୍ଲକ ଅନ୍ତର୍ଗତ କିଆକଟା ପଞ୍ଚାୟତରେ ନବ ଗଠିତ ଆଞ୍ଚଳିକ ସେବା ସଂସଦ ପ୍ରଥମ ଥର ପାଇଁ ଗୋଟିଏ ଅଗ୍ନିବିପନ୍ନ ପରିବାରକୁ ସହାୟତା ପ୍ରଦାନ କରିଛି । ଆଞ୍ଚଳିକ ସେବା ସଂସଦର ସଭାପତି ସୁମନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏକ ଦଳ ଆଜି ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ କିଛି ଖାଦ୍ୟ ସାମଗ୍ରୀ ଓ ବସ୍ତ୍ର ପ୍ରଦାନ କରିଛନ୍ତି । ଏହି ଦଳରେ ସଂପାଦକ ସୁମନ୍ତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ପ୍ରତାପ ଚନ୍ଦ୍ର କର୍ଣ୍ଣ, ସଂଜୟ ପ୍ରଧାନ, ସମ୍ବିତ ପ୍ରଧାନ, ଭୁବନ ଝାଙ୍କର, ଦେବେନ୍ଦ୍ର ସାହୁ, ଶୁଭେନ୍ଦୁ ବଘାର, ମାଧବ କଅଁର, ବିଜୟ ପ୍ରଧାନ, ସାମନ୍ତ କଅଁର ପ୍ରମୁଖ ସାମିଲ ହୋଇଥିଲେ । ସେହିପରି ଅଗ୍ନିକାଣ୍ଡ ଖବର ପାଇଁ କିଆକଟା ରାଜସ୍ୱ ନିରୀକ୍ଷକ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରି ସରକାରୀ ସାହାଯ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

hiring


ସୂଚନାଯୋଗ୍ୟ ଯେ,ଆଠମଲ୍ଲିକ ବ୍ଲକ ବାସୁବେଦପୁର ପଞ୍ଚାୟତର ମୁଣ୍ଡାପଡା ଗ୍ରାମର ବସନ୍ତ ନାୟକ (୫୦)ଙ୍କର ଚାଳଘରେ ଗତକାଲି ରାତି ୧୨ଟା ସମୟରେ ନିଆଁ ଲାଗିଯାଇଥିଲା । ଏହି ଖବର ଜାଣିବା ପରେ ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିଫଳ ହୋଇଥିଲେ । ପରେ ବୌଦ୍ଧ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଏହି ଅଗ୍ନିକାଣ୍ଡ ବିଦ୍ୟୁତ ସଟ୍‌ସର୍କିଟ ହୋଇଥିବା ଗ୍ରାମବାସୀମାନେ ସୂଚନା ଦେଇଛନ୍ତି । ଅଗ୍ନିକାଣ୍ଡରେ ଧାନ ୨୫ କୁଇଣ୍ଟାଲ ସହ ଆସବାବପତ୍ର ପୋଡି ଯାଇଛି । ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।
ପ୍ରକାଶଯୋଗ୍ୟ ଯେ, ଆଞ୍ଚଳିକ ସେବା ସଂସଦ ନାମରେ ନିକଟରେ ଏକ ସଂଗଠନ କିଆକଟା ଅଞ୍ଚଳର ଯୁବକମାନଙ୍କୁ ନେଇ ଗଠିତ ହୋଇଛି । ସଂସଦର ଲକ୍ଷ୍ୟ ହେଲା ଗରୀବ, ଅସହାୟ, ନିରାଶ୍ରୟଙ୍କୁ ସେବା ଯୋଗାଇବା । ସଂସଦ ପ୍ରଥମ ଥର ପାଇଁ ଏକ ସେବା କାର୍ଯ୍ୟରେ ଆଜି ସାମିଲ ହୋଇଥିବାରୁ ସଂସଦର କର୍ମକର୍ତ୍ତା ଖୁବ୍ ଉତ୍ସାହିତ ଥିବା ଜଣାପଡିଛି । ଆଗକୁ ଏମିତି କାର୍ଯ୍ୟ ଆହୁରି ଜାରି ରହିବ ବୋଲି ସଭାପତି ଶ୍ରୀ ସାହୁ କହିଛନ୍ତି । ସଂସଦର ଏହି ମହତ କାର୍ଯ୍ୟକୁ ଅଂଚଳବାସୀ ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 + six =