ଦୁର୍ଦ୍ଦିନର ବାଜା କଳାକାର, ସରକାରୀ ସହାୟତା ଦାବି

0 87

ଜହ୍ନାପଙ୍କ : କରୋନା ସଂକ୍ରମଣ ପରିସ୍ଥିତିରେ ତାଲବନ୍ଦ(ଲକଡାଉନ) ଜାରି କରାଯାଇଥିବା ବେଳେ ବାଜା କଳାକାରମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଏହି କଳାକାରମାନେ ବର୍ଷକୁ ୩/୪ ମାସ ବାଜା ବଜାଇ ରୋଜଗାର କରିଥାନ୍ତି । ବର୍ତ୍ତମାନ ଯେଉଁ ବିବାହ ତଥା ମାଙ୍ଗଳିକ କାର୍ଯ୍ୟକୁ ସରକାର ଯେଉଁ ଅନୁମତି ଦେଇଛନ୍ତି ସେଥିରେ ମାତ୍ର ବର ଓ କନ୍ୟାପକ୍ଷ ସହିତ ବ୍ରାହ୍ମଣ, ବାରିକ ଆଦିଙ୍କୁ ମିଶାଇ ୨୫ ଜଣ ହିଁ ଭାଗନେଇ ପାରିବେ । ବାଜା ଓ ରୋଶୋଣୀକୁ ଅନୁମତି ମିଳୁନଥିବାରୁ ପରୋକ୍ଷ ଭାବରେ ଏମାନେ ରୋଜଗାର ହରାଇଛନ୍ତି ।ବର୍ଷର ଅନ୍ୟ ମାସରେ ଦିନ ମଜୁରିଆ ତଥା କୁଲି କାମ କରିଥାନ୍ତି । ତେବେ କାମଧନ୍ଦା ସବୁ ବନ୍ଦଥିବାରୁ ପରିବାର ପ୍ରତିପୋଷଣ ପାଇଁ ଏମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ।ଏହି କଳାକାର ପରିବାର ଅନେକ ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ ତାଙ୍କ ପାଖରେ ରାସନ କାର୍ଡ କିମ୍ବା ଜବକାର୍ଡ଼ ଖଣ୍ଡେ ନାହିଁ । ତେଣୁ ତାଲାବନ୍ଦ ସମୟରେ ମିଳୁଥିବା ସମସ୍ତ ସରକାରୀ ଯୋଜନାରୁ ଏମାନେ ବଞ୍ଚିତ ହେଉଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦିନ ମଜୁରିଆ, ଉଠା ଦୋକାନୀ, ନିର୍ମାଣ ଶ୍ରମିକ ଇତ୍ୟାଦି ବର୍ଗଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ଯଦି ଏମାନଙ୍କୁ ସରକାର ସହାୟତାର ହାତ ନବଢାନ୍ତି ତେବେ ଅନେକ ବାଜା କଳାକାରଙ୍କ ପରିବାର ଭୋକ ଉପାସରେ କଷ୍ଟ ଭୋଗିବେ । ତେଣୁ ଜିଲ୍ଲାର ସମସ୍ତ ବାଜା କଳାକାରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ବାଦ୍ୟ ଯନ୍ତ୍ର ବଜାଉଥିବା ସଂସ୍ଥାମାନେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

16 − 11 =