ନିଜ ଉପରେ ନିଜେ ରେଷ୍ଟ୍ରିକସନ୍‌ ଲଗେଇବାକୁ ଆହ୍ୱାନ

0 258

ବଲାଙ୍ଗୀର,୩/୫- ଜୀବନ ଓ ଜୀବିକା ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସ୍‌ପି କୁଶଲକର ନିତିନ୍‌ ଡଗୁଡୁ ଆସନ୍ତା ୫ତାରିଖରୁ ହେବାକୁ ଥିବା ଲକ୍‌ଡାଉନ୍‌ ୨ ଓ ତାହା ପାଇଁ ନିର୍ଦ୍ଦେଶାବଳୀ, ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ସଂପର୍କରେ ସୂଚନା ଦେଇ କହିଛନ୍ତି- “ନିଜ ଉପରେ ନିଜେ ରେଷ୍ଟ୍ରିକସନ୍‌ ଲଗେଇ ସଂକ୍ରମଣ ଚେନ୍‌ ଭାଙ୍ଗିବା ଯୁଦ୍ଧରେ ସହାୟତା କରିବାକୁ ଆହ୍ୱାନ ଦେଇଥିଲେ । ଜୀବନ ଓ ଜୀବିକା ଉଭୟକୁ ଗୁରୁତ୍ୱ ଦେଇ ଫେଜ୍‌ ୨ଲକ୍‌ ଡାଉନ୍‌ ପାଇଁ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି । ଆତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି ଓ ଲକ୍‌ ଡାଉନ୍‌ ସମୟରେ ମଧ୍ୟ ମିଳିବ ବିବ୍ରତ ହେବା ଉଚିତ୍‌ ନୁହେଁ । ଏଣୁ ଅଯଥା ଭୟଭୀତ ନ ହେବାକୁ ଅନୁରୋଧ କରିଥିଲେ । ସରପଞ୍ଚ, ପଞ୍ଚାୟତ ଓ ବ୍ଳକ ଅଧିକାରୀ ସହ ବିଭିନ୍ନ ବିଭାଗର ପଦାଧିକାରୀଙ୍କ ସହ ଆଲୋଚନା କରାଯାଇଛି, ଯେପରି ସଂକ୍ରମଣ ଚେନ୍‌ ଭାଙ୍ଗିବା ପାଇଁ ଭିଡ ନିୟନ୍ତ୍ରଣ ସହ ରୋଗୀଙ୍କ ଚିକିତ୍ସା, ନମୁନା ପରୀକ୍ଷା ଓ ଟୀକାକରଣ ତଥା ଜନସାଧାରଣଙ୍କ ଅସୁବିଧା ନ ହେବ । କିନ୍ତୁ ଅମାନିଆଙ୍କୁ ଅନୁଶାସନ ପାଇଁ ହେବ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

five × two =