ସେବା ବନାମ: ଚାନ୍ସ ଦେଖି ଭାଙ୍ଗଡା ଡାନ୍ସ

0 333

ବଲାଙ୍ଗୀର,୧୭/୫- କରୋନାର ୨ୟ ଲହର ବେଳେ ସାରାଦେଶରେ ଅକ୍ସିଜେନ ଓ ଅକ୍ସିଜେନ ସିଲିଣ୍ଡରକୁ ନେଇ ଭିନ୍ନ ଭିନ୍ନ ଖବର ଅନେକ । ଏଭଳି ଏକ ସମୟରେ ବଲାଙ୍ଗୀର ବଣିକ ସଂଘ ସ୍ଥାନୀୟ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରସ୍ତାବକ୍ରମେ ଅକ୍ସିଜେନ ବ୍ୟାଙ୍କର ଭରଚୁଆଲ ଶୁଭ ଉଦଘାଟନ କରିଛନ୍ତି । ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ବିପିନ ଦୀପ ମଧ୍ୟ ଯୋଗ ଦେଇଥିଲେ । ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀ ୨୨ଜଣ ଦାତାଙ୍କ ସହାୟତାରେ ୨୩ଟି ସିଲିଣ୍ଡର ଆବଶ୍ୟକତା ବେଳେ ଲୋକଙ୍କ ସେବାରେ ଲାଗିବ ବୋଲି ସୂଚନା ଦେଇଛନ୍ତି । ଏଠାରେ ପ୍ରକାଶ କରାଯାଇପାରେ, ପୂର୍ବରୁ ମଧ୍ୟ ଏକାଧିକ ସଂଗଠନ ଅକ୍ସିଜେନ ବ୍ୟାଙ୍କ ସେବା ଚଳାଇଛନ୍ତି । ଆଳୁ, ପିଆଜ, ମାଛ, ଅଣ୍ଡା, ଫଳ ଉପରେ ନିର୍ଭରଶୀଳ ଓଡିଶା, ବିପତ୍ତିବେଳେ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଇ ଦେଶରେ କଣ ବିଶ୍ୱ ପ୍ରଶଂସା ପାଉଛି । ଏଣୁ ରାଜ୍ୟରେ ଅଭାବ କଳ୍ପନା ଅମୂଳକ । ବଲାଙ୍ଗୀର ଜିଲ୍ଲାପାଳ ମଧ୍ୟ ସରପ୍ଳସ୍‌ ଥିବା କୁହନ୍ତି । ଏ ଅବସ୍ଥାରେ ସାଧାରଣରେ ପ୍ରଶ୍ନ ହେଉଛି ଯେ ନରସିଂହ କାହିଁକି ବଣିକସଂଘକୁ ଅନୁରୋଧ କଲେ ଅବା ପ୍ରସ୍ତାବ ଦେଲେ ? ଯଦି ଶ୍ରୀଯୁକ୍ତ ମିଶ୍ର ଆବଶ୍ୟକତା ଅନୁଭବ କଲେ, ଜିଲ୍ଲା ପ୍ରଶାସନ ବା ସରକାରଙ୍କ ଠାରେ ଦାବୀ କାହିଁକି କଲେ ନାହିଁ ? ବେଡ୍‌ ତ ଅଭାବ ଅଛି । ସରକାର ହୋମ୍‌ ଆଇସୋଲେସନ୍‌ ଉପଦେଶ ସହ ଔଷଧ ଓ ସେବା ଯୋଗାଇବା ଭରସା ଦେଇଛନ୍ତି । ଆକ୍ରାନ୍ତଙ୍କ ଅକ୍ସିଜେନ ଆବଶ୍ୟକତା ସରକାର କାହିଁକି ପୁରାକରିବେ ନାହିଁ ? ତୃତୀୟରେ, ବିଧାୟକ ପାଣ୍ଠି କାହିଁକି ବ୍ୟବହାର କଲେ ନାହିଁ ? ସ୍ଥାନୀୟ ବଣିକ ସଂଘକୁ ଅନୁରୋଧ ନକରି ମାନ୍ୟବର ସରକାରଙ୍କୁ ଚାପ ଦେଇ ହୋମ ଆଇସୋଲେସନ୍‌ ଥିବା ରୋଗୀଙ୍କ ପାଇଁ ଅକ୍ସିଜେନ ଯୋଗାଣ ବ୍ୟବସ୍ଥା କରିଥିଲେ ରାଜ୍ୟସାରା ଲୋକେ ଉପକୃତ ହୋଇଥାନ୍ତେ । ଯାହା ତାଙ୍କ ପରି ବିଜ୍ଞ ଅଭିଜ୍ଞ ନେତାଙ୍କ ଠାରୁ ରାଜ୍ୟବାସୀ ଆଶା କରନ୍ତି । ଅପେକ୍ଷା ରଖନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଯାହାବି ହେଉ ସେବା ମହତ୍‌ କାମ, ସେବକ ସେବିକା ଦାତା ଉଦ୍ୟୋକ୍ତା ସମସ୍ତଙ୍କୁ ସାଧୁବାଦ । ଯେ ଯା ସାଧ୍ୟମତେ ସେବା କରିବା ମହତ୍‌ ଚିନ୍ତାଧାରା । କିନ୍ତୁ ଚାନ୍ସ ଦେଖି ଡାନ୍ସ କଲେ ସେବା ଶଦ୍ଦର ଅର୍ଥ କଦର୍ଥ ହେବ । ଚାନ୍ସ ଦେଖି ଭାଙ୍ଗଡା ଡାନ୍ସ ପ୍ରତିଯୋଗିତା କରୋନା ଠାରୁ ବଡ ବିପଦ ।

hiranchal ad1
Leave A Reply

Your email address will not be published.

twelve − nine =