ସ୍କୋର୍ପିଓକୁ ହେଲମେଟ ଫାଇନ୍‌

0 247

ବଲାଙ୍ଗୀର,୫/୬- ବଲାଙ୍ଗୀର ଜିଲ୍ଲାରେ ଏକ ସ୍କୋର୍ପିଓ ଗାଡିକୁ ହେଲମେଟ୍‌ ପିନ୍ଧିନଥିବା ଦର୍ଶାଇ ଫାଇନ କରାଯିବା ଚର୍ଚ୍ଚାର ବିଷୟ ଅଟେ । ପ୍ରାୟ ବର୍ଷେରୁ ଅଧିକ ହେଲା ସାରା ରାଜ୍ୟରେ ଅମାନିଆଙ୍କ ଠାରୁ ଫାଇନ୍‌ ଆଦାୟ ହେଉଛି । ଲକ୍‌ଡାଉନ୍‌ ପୂର୍ବରୁ ହେଲମେଟ୍‌ ଓ ଗାଡି କାଗଜପତ୍ର ଯାଞ୍ଚ ଫାଇନ୍‌ ଆଦାୟ ହେଉଥିଲା । ଲକ୍‌ ଡାଉନ୍‌ ସମୟରେ ମାକ୍ସ ନପିନ୍ଧିଲେ, ଦୋକାନରେ ଭିଡ ଜମାଇଲେ ଓ ଅନ୍ୟାନ୍ୟ କଟକଣା ପାଇଁ ଫାଇନ୍‌ ଆଦାୟ ନିତି ଦିନିଆ ଖବର । କିନ୍ତୁ ସ୍କୋର୍ପିଓ ଗାଡିକୁ ହେଲମେଟ ପାଇଁ ୧୦୦୦ଟଙ୍କା ଫାଇନ୍‌ ଦାଖଲ ନୋଟିସ୍‌, ଟିକେ ଅଡୁଆ ଲାଗୁନି କି ? ଅଧିକାରୀଙ୍କ ଖାମଖିଆଲି ନା ସରକାରଙ୍କ ଯେନତେଣ ଅର୍ଥ ଆଦାୟ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଏ ସଂପର୍କରେ ବଲାଙ୍ଗୀର ଜିଲ୍ଲା ପରିବହନ ଅଧିକାରୀଙ୍କୁ ପଚାରିବାରେ ସେ କହିଛନ୍ତି ଏହା ପୋଲିସ୍‌ ପକ୍ଷରୁ କରାଯାଇଛି, ପୋଲିସକୁ ଯୋଗାଯୋଗ ପାଇଁ ପରାମର୍ଶ ଦେଇଛନ୍ତି । ଗାଡିର ଇନସୁରାନ୍ସ ଇତ୍ୟାଦି ସବୁ ଠିକ୍‌ ଅଛି । ଲକ୍‌ ଡାଉନ୍‌ କଟକଣା ଯୋଗୁଁ ଗାଡି ଘରେ ବସିଛି ଆଦୌ ବାହାରକୁ ବାହାରି ନାହିଁ । ଏଭଳିସ୍ଥଳେ କ୍ଷତିଗ୍ରସ୍ତ ମାଲିକ ପାଇଁ ଜିଜିଆ କର କହିଲେ ଭୁଲ ହେବ କି ? ଅମାନିଆ ଠାରୁ ଫାଇନ୍‌ ବୁଝି ହୁଏ କିନ୍ତୁ ଏପରି ଫାଇନ କେତେଦୂର ଗ୍ରହଣୀୟ ପାଠକେ ବିଚାର କରନ୍ତୁ ।

hiranchal ad1
Leave A Reply

Your email address will not be published.

fifteen − 9 =