ବଲାଙ୍ଗୀର ବେଳକୁ କରୋନା ବାହାନା- ନରସିଂହ

0 334

ବଲାଙ୍ଗୀର,୩/୮- ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କରୋନା ଆଳରେ ରାଜ୍ୟ ଓ କେନ୍ଦ୍ର ସରକାର ସବୁରେ ଖସିବା ଚେଷ୍ଟା କରୁଛନ୍ତି କହି ସରକାରଙ୍କ ଠାରେ ବିଭିନ୍ନ ଦାବୀ ରଖିଥିଲେ । ଦୀର୍ଘଦିନ ଅଚଳାବସ୍ଥା ପରେ ବଲାଙ୍ଗୀର ଲାଇଫ୍‌ ଲାଇନ୍‌ ଲୋୟର ସୁକତେଲ ବିସ୍ଥାପନ ହଟାଇବା ଓ ପ୍ରକଳ୍ପ କାମ ଆରମ୍ଭ ହେବା ସ୍ୱାଗତ ଯୋଗ୍ୟ । କିନ୍ତୁ ପୂର୍ବ ପ୍ରତିଶ୍ରୁତି ଅନୁସାରେ କିଛି ଭଙ୍ଗ ହେଉଛି,ସରକାର ଓ ଆସନ୍ତା କାଲି ଆସୁଥିବା ସେକ୍ରେଟାରୀମାନେ ଧ୍ୟାନ ଦେବା ଉଚିତ । ସେହିପରି ତଳମୁଣ୍ଡରେ ପ୍ରସ୍ତାବିତ ୧୫୪କୋଟିର ଅନ୍ୟ ପ୍ରକଳ୍ପ, ୭କୋଟି ଗନ୍ଧରେଲ ଡେମ୍‌ କାମ ଶୀଘ୍ର ଆରମ୍ଭ କରାଯାଉ । ଯଦିଓ ଚେକ୍‌ ଡେମ ନିର୍ମାଣରେ ବହୁ ଦୁର୍ନୀତି ହୋଇଛି ତଥାପି ଜଳସେଚନ ଦୃଷ୍ଟିରୁ ବ୍ୟାପକ ଚେକଡେମ୍‌ ନିର୍ମାଣ କରାଯିବା ଦାବୀ କରିଥିଲେ । ତେଲନଦୀ ମେଗା ଲିପ୍ଟ କାମର ଧୀର ଅଗ୍ରଗତି ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଭୀମପାହାଡ, ହରିଶଙ୍କର, ରାଣିପୁର ଝରିଏଲ ଓ ଅନ୍ୟାନ୍ୟ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତିକରଣ ପ୍ରତି ଅବହେଳା ଅଭିଯୋଗ କରିଥିଲେ । ଜିଲ୍ଲାରୁ ଦେବୋତ୍ତର ବିଭାଗ ଆୟ ଯଥେଷ୍ଟ କିନ୍ତୁ ଉନ୍ନୟନ ଯୋଜନା ନାହିଁ । ଗୋପାଳଜୀ ମନ୍ଦିର ଓ ଅନ୍ୟାନ୍ୟ ପାଇଁ ୫୦୦କୋଟି ଦାବୀ କରିଥିଲେ । ପୁରୀ, କୋଣାର୍କ, ସମ୍ବଲପୁର ପାଇଁ ଯୋଜନା ବେଳେ ବଲାଙ୍ଗୀର ବେଳକୁ ଅର୍ଥାଭାବ ଆଳ କାହିଁକି ବୋଲି ସମାଲୋଚନା କରିଥିଲେ । ଶିଳ୍ପ ବିହୀନ ଜିଲ୍ଲାରେ ପର୍ଯ୍ୟଟନ ନିଯୁକ୍ତି ଆତ୍ମନିଯୁକ୍ତି ଦୃଷ୍ଟିରୁ ଖୁବ ଗୁରୁତ୍ୱ୍ୱପୂର୍ଣ୍ଣ । ଏଣୁ ସରକାର ବଲାଙ୍ଗୀର ଜିଲ୍ଲା ପାଇଁ ଯୋଜନା କରିବେ ବୋଲି ଆଶାବ୍ୟକ୍ତ କରିଥିଲେ । ଡ୍ରେନଜ ଓ ରାସ୍ତା ପାଇଁ ବଲାଙ୍ଗୀର ମ୍ୟୁନସିପାଲଟି ପାଇଁ ସ୍ୱତନ୍ତ୍ର ପ୍ରୋଜେକ୍ଟ ଓ ଅନ୍ୟ ଏନ୍‌ଏସି ମ୍ୟୁନସିପାଲଟିର ଉନ୍ନୟନ ପାଇଁ ସ୍ୱତନ୍ତ୍ର ଅନୁଦାନ ଦାବୀ କରିଛନ୍ତି । ସେହିପରି କଣ୍ଟାବାଞ୍ଜି ଠାରେ ୭୦୦ଏକର ରେଳ ଜମି ଖତ ଖାଉଛି କେନ୍ଦ୍ର ରେଳମନ୍ତ୍ରୀ କାରାଖାନା କଲେ ଲୋକେ ଖୁସି ହେବା ସାର୍ଥକ ହେବ । ଫୋନ୍‌ ଟେପିଙ୍ଗ୍‌ ତଦନ୍ତ ପାଇଁ ସରକାରଙ୍କ ଅଂଶୀଦାର ଦଳ ଦାବୀ କରୁଥିବା ବେଳେ ସମଦୂରତ୍ୱ ମୁଖ୍ୟମନ୍ତ୍ରୀ ଚୁପ୍‌ କାହିଁକି ବୋଲି କଟାକ୍ଷ କରି ସିବିଆଇ ଭୟ କି ପ୍ରଶ୍ନ କରିଥିଲେ । ତୁରନ୍ତ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପାଇଁ ସାଇନ୍ସ ପାର୍କ ଓ ଅଡିଟୋରିୟମ୍‌ ବାଦ ୧୦୦ଏକର ଜମି ବର୍ତମାନ ସ୍ଥାନରେ ଯୋଗାଇବା ଉଚିତ୍‌ । ଆବଶ୍ୟକ ହେଲେ ସରକାର ଅଧିଗ୍ରହଣ କରନ୍ତୁ ବୋଲି ଦାବୀ ରଖିଥିଲେ । ଏଠାରେ ସୂଚାଇ ଦିଆଯାଏ ଯେ, ଆସନ୍ତାକାଲି ୫ଟି ସଚିବ ଭି କେ ପାଣ୍ଡିଆନ୍‌ ଓ ଅନ୍ୟ ସେକ୍ରେଟାରୀ ଜିଲ୍ଲା ଗସ୍ତରେ ଆସିବା ଜଣାଯାଇଛି । ଅଧିକାରୀମାନଙ୍କ ଗସ୍ତ ପୂର୍ବରୁ ନରସିଂହଙ୍କ ବିଭିନ୍ନ ଦାବୀ ଉପସ୍ଥାପନ ଚର୍ଚ୍ଚାର ବିଷୟ ପାଲଟିଛି ।

hiranchal ad1
Leave A Reply

Your email address will not be published.

eighteen + sixteen =