ପୋଲିସ୍‌ ଡିଜିପିଙ୍କ ସାମ୍ବାଦିକ ସମ୍ମିଳନୀକୁ ବର୍ଜନ

0 186

ବଲାଙ୍ଗୀର,୭/୮- ଆଜି ପୋଲିସ୍‌ ଡିଜି ଅଭୟଙ୍କ ବଲାଙ୍ଗୀର ଗସ୍ତ ଅବସରରେ ସାମ୍ବାଦିକ ସମ୍ମିଳନୀକୁ ଗଣମାଧ୍ୟମ ପ୍ରତିନିଧି ବର୍ଜନ କରିଥିଲେ । ଆଇନ୍‌ ଶୃଙ୍ଖଳା ଓ ମାଓ ଦମନ ସମୀକ୍ଷା ପାଇଁ ଡିଜି ବଲାଙ୍ଗୀର ଗସ୍ତରେ ଆସି ସ୍ଥାନୀୟ ମନୋହରପୁର ରିଜର୍ଭ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବଲାଙ୍ଗୀର ଏସପି ଓ ଏସଡିପିଓଙ୍କ ତରଫରୁ ୧୧ଟା୧୫ରେ ଡିଜି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେବେ ବୋଲି ସୂଚନା ଦିଆଯାଇଥିଲା । ସ୍ଥାନୀୟ ସାମ୍ବାଦିକଙ୍କୁ ଏ ସମ୍ମିଳନୀରେ ଉପସ୍ଥିତ ରହିବାପାଇଁ ନିମନ୍ତ୍ରଣ କରାଯାଇଥିଲା । ସମ୍ମିଳନୀକୁ ସାମ୍ବାଦିକମାନେ ଆସିଥିବାବେଳେ ସାମ୍ବାଦିକଙ୍କୁ ରିଜର୍ଭ ଗେଟ ଭିତରକୁ ପ୍ରବେଶ ମନା କହିବା ସହ ଏସ୍‌ପି ମନା କରିଥିବା କୁହାଯାଇଥିଲା । ଫଳରେ କାର୍ଯ୍ୟରତ ସାମ୍ବାଦିକ ଗେଟ୍‌ ସମ୍ମୁଖରେ ବସି ଡିଜିଙ୍କ କାର୍ଯ୍ୟକ୍ରମକୁ ବର୍ଜନ ନିଷ୍ପତ୍ତିି ନେଇଥିଲେ । ଏହାପରେ ଏସଡିପିଓ ତୁଫାନ୍‌ ବାଗ ଆଦର୍ଶ ଟାଉନ୍‌ ଥାନା ଅଧିକାରୀଣୀ କେ ପ୍ରିୟଙ୍କା ଆଲୋଚନା ପାଇଁ ଆସିଥିଲେ । ପରେ ଏସପି ନୀତିଶ କୁସଲକର ଡାଗଡୁ ଆଲୋଚନା ପାଇଁ ଆସି ଦେଇଥିବା ମନ୍ତବ୍ୟ ଅସନ୍ତୋଷ ସାମ୍ବାଦିକଙ୍କ ଅସନ୍ତୋଷ ଆହୁରି ବୃଦ୍ଧି କରିଥିଲା । ଫଳରେ ଡିଜିଙ୍କ ପ୍ରେସ୍‌ ମିଟ୍‌ ବର୍ଜନ କରିବା ନିଷ୍ପତ୍ତି ନେଇଥିଲେ ସାମ୍ବାଦିକ । ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ହରିନାରାୟଣ ପୂଝାରୀଙ୍କ ସଭାପତିତ୍ୱରେ ଏକ ଜରୁରୀ ସଭା ଅନୁଷ୍ଠିତ ହୋଇଥିଲା । ଏ ସଭାରେ ଆଜିର ଘଟଣାକୁ ଦୃଢ ନିନ୍ଦା କରାଯାଇଛି । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ଅନେକ ହତ୍ୟା ଚୋରି ଓ ନିଶାକାରବାର ରୋକିବାରେ ବିଫଳ ପୋଲିସ୍‌ ଗଣମାଧ୍ୟମରେ ସମାଲୋଚିତ ହେଉଛି । ଏଣୁ ଅନେକ ସମୟରେ ପୋଲିସ୍‌ ସୂଚନା ଦେଉନାହିଁ । ସୁତ୍ରରୁ ଖବର ପାଇ ପଚରା ଉଚୁରା କରୁଥିବା ସାମ୍ବାଦିକଙ୍କୁ ଅଶୋଭନୀୟ ବ୍ୟବହାର କରାଯାଉଥିବା ଅଭିଯୋଗ ପୁରୁଣା । ବରିଷ୍ଠ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଫଳ ଶୂନ । ସଭାରେ ସାମ୍ବାଦିକମାନେ ଖବର ସଂଗ୍ରହ ବେଳେ କିପରି ପୋଲିସ୍‌ ଓ ବଲାଙ୍ଗୀର ପ୍ରଶାସନ ଅଣଦେଖା ଓ ମନମାନୀ କରୁଛନ୍ତି ଆଲୋଚନା କରାଯାଇଥିଲା । ପଦସ୍ଥ ଅଧିକାରୀ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପୋଲିସର ସାମ୍ବାଦିକ ସମ୍ମିଳନୀକୁ ବୟକଟ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲା ପୋଲିସ୍‌ ଓ ପ୍ରଶାସନ ଚତୁର୍ଥସ୍ତମ୍ଭକୁ ଅବଜ୍ଞା ଓ ଅବହେଳା ବିରୋଧରେ ସଂଘ ଆବଶ୍ୟକ ହେଲେ ଆହୁରି ଦୃଢ ପଦକ୍ଷେପ ନେବ ବୋଲି ଚେତାବନୀ ଦେଇଛି । ସଂପାଦକ ବଳରାମ ମିଶ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିରେଦ୍ର ଝାଙ୍କର, ବିଭୁ କଲ୍ୟାଣ ମିଶ୍ର, ଦୀପକ ପୁରୋହିତ, ମୋତିଲାଲ ମିଶ୍ର, ଉପସଭାପତି ଆନନ୍ଦ ସାହୁ ଓ ମନୋରଞ୍ଜନ ମିଶ୍ର ପ୍ରମୁଖ ମତବ୍ୟକ୍ତ କରିଥିଲେ ।

hiranchal ad1
Leave A Reply

Your email address will not be published.

5 × one =