ବଲାଙ୍ଗିର ଛାତ୍ର କଂଗ୍ରେସର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

0 188

ବଲାଙ୍ଗୀର,୪/୮ – ଓଡିଶା ଷ୍ଟାଫ୍‌ ସିଲେକସନ୍‌ ନିଯୁକ୍ତିରେ ଦୁର୍ନୀତି ଓ ବେଦାନ୍ତ ଖଣିରେ ଦୁର୍ନୀତିର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବୀରେ ଆଜି ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ମାଧ୍ୟମରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦେଇଛନ୍ତି । ଭିଜିଲାନ୍ସ ଚଢାଉ ବେଳେ ଜଣେ ତଳ ଶ୍ରେଣୀ କର୍ମଚାରୀଙ୍କ ଠାରୁ କୋଟି କୋଟି ଟଙ୍କାର ସଂପତ୍ତି ଠାବ ହୋଇଛି । ଯାହା ତାଙ୍କ ଆୟ ଠାରୁ ୨ଶହରୁ ଅଧିକ ବୋଲି ଭିଜିଲାନ୍ସ ବିଭାଗ ଆକଳନ କରିଛି । ଘରୁ ଆଡମିଟ କାର୍ଡ ଜବତ ହୋଇଛି । ଏଣୁ ନିଯୁକ୍ତି ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ରାଜ୍ୟବାସୀଙ୍କ ସନ୍ଦେହ ପ୍ରକାଶ ପାଇଛି । ବଡ ବଡିଆ ଅଫିସର ଓ ରାଜନେତାଙ୍କ ସଂପୃକ୍ତି ବିନା ସମ୍ଭବ ନୁହେଁ । ଅନେକ ମେଧାବୀ ପରିଶ୍ରମୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ହତ୍ୟା କରାଯାଇଛି । ଗଳା ବାଟରେ ଅଯୋଗ୍ୟ ଚାକିରି ହଡପ କରିଛନ୍ତି । ନିଜକୁ ସ୍ୱଚ୍ଛ ନିର୍ମଳ ଡିଣ୍ଡିମି ପିଟୁଥିବା ସରକାର ଓ ଶାସନକଳରେ ଦୁର୍ନୀତି ସୀମା ଟପିଛି । ନିଯୁକ୍ତି ଓ ଆତ୍ମନିଯୁକ୍ତି ଦେବାରେ ବିଫଳ ହୋଇଥିବା ବେଳେ ନିଯୁକ୍ତି ବିକାକିଣା ଚାଲିଛି ବୋଲି ପ୍ରତିବାଦ ସଭାରେ ବକ୍ତବ୍ୟ ରଖିଛନ୍ତି । ଉଚ୍ଚସ୍ତରୀୟ ତଦନ୍ତ ହେଉ, ନ ହେଲେ ଛାତ୍ର କଂଗ୍ରେସ ରାଜରାସ୍ତାରେ ଲଢେଇ କରିବ ବୋଲି ଚେତାବନୀ ଦେଇଛି । ନାରାବାଜି କରି ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ମଧ୍ୟ ଦାହ କରିଥିଲେ । ଛାତ୍ର କଂଗ୍ରେସ ତରଫରୁ ଆୟୋଜିତ ଧାରଣାରେ ବହୁ ବରିଷ୍ଠ କଂଗ୍ରେସ କର୍ମୀ ମଧ୍ୟ ଯୋଗଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

5 × 3 =