ବିଜେପିର ୭ବର୍ଷ ପୂର୍ତ୍ତି ଅବସରରେ ରକ୍ତଦାନ ଶିବିର

0 91

ବଲାଙ୍ଗୀର,୩୦/୫- କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ୭ବର୍ଷ ପୂର୍ତ୍ତି ଅବସରରେ ବିଜେପି ଦଳ ତରଫରୁ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ କୁଶମେଲ ଗ୍ରାମ ଠାରେ କୋଭିଡ ନିୟମ ପାଳନପୂର୍ବକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୨୦ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଶିବିର ଆୟୋଜନ ପାଇଁ ମଣ୍ଡଳ ସଭାପତି କିଶୋର ପଟେଲ ଓ ଅମରଜିତ ପଟେଲ, ଉମେଶ ପଟେଲ, ସତ୍ୟ ସେଠ, ଜିତୁ ସାହୁ, ଲକ୍ଷ୍ମଣ ପାତ୍ର, ଜ୍ୟୋତି ରାଉତ, ରଙ୍କ ପଣ୍ଡା, ଜମିଦାର ପାତ୍ର, ମଣ୍ଠୁ ମେହେର ପ୍ରମୁଖ ବିଜେପି କର୍ମକର୍ତ୍ତା ତଥା କୁଶମେଲ ଗାଁର ମହିଳା ସଂଗଠନ ସହଯୋଗ କରିଥିଲେ । ବିଧାୟକ ସମସ୍ତ ଆୟୋଜକଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେହିପରି ବଲାଙ୍ଗୀର ସ୍ଥିତ ବିବିଏମସିଏଚ ଠାରେ ଆୟୋଜିତ ଅନ୍ୟ ଏକ ରକ୍ତଦାନ ଶିବିରରେ ୩୫ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଜିଲ୍ଲା ସାଧାରଣ ସଂପାଦକ ଅମିତ୍‌ ସିଂ ନିନା, ଜିଲ୍ଲା ଉପ ସଭାପତି ରାକେଶ ମିଶ୍ର ଏବଂ ଦେଓଗାଁ ବ୍ଳକ ସଂଗଠକ ଭୋଳାନାଥ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଏ ଶିବିର ଆୟୋଜିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

5 × four =