ବଲାଙ୍ଗୀର,୨୯/୬- ଲୋୟର ସୁକତେଲ ପ୍ରକଳ୍ପ ପାଇଁ ଲୋଇସିଂହା ବ୍ଳକ ପରଧିଆପାଲିରୁ ବିସ୍ଥାପନ ଆରମ୍ଭ ହୋଇଛି । ବଲାଙ୍ଗୀର ଉପ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ତଥା ପୋଲିସ୍ ଉପସ୍ଥିତିରେ ସଂପୂର୍ଣ୍ଣ କ୍ଷତିପୂରଣ ପାଇଥିବା ଘର ଭଙ୍ଗାଯାଇଛି । ୨୯୦ ପରିବାର ମଧ୍ୟରୁ ୨୨୦ଟି ପରିବାର ସଂପୂର୍ଣ୍ଣ କ୍ଷତିପୂରଣ ପାଇଛନ୍ତି । ୩ଦିନ ମଧ୍ୟରେ ଘର ଖାଲି କରିବା ପାଇଁ ନୋଟିସ୍ ଦିଆଯାଇଥିଲା । କିନ୍ତୁ ବର୍ଷା ଓ ମହାମାରୀ ସମୟ ଯୋଗୁଁ ୩ମାସ ସମୟ ଦେବାକୁ ପ୍ରଶାସନ ପାଖରେ ଦାବୀ ରଖିଥିଲେ ପରଧିଆପାଲି ଲୋକେ । ଉପ ଜିଲ୍ଲାପାଳଙ୍କ ସହ ଅଧିକାରୀ ଗାଁରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ଉଚ୍ଛେଦ ଆରମ୍ଭ କରିଥିଲେ । କୌଣସି ଆଇନ୍ ଶୃଙ୍ଖଳା ପରିସ୍ଥିତି ଦେଖାଦେଇନାହିଁ । କ୍ଷତିପୂରଣ ସମ୍ବନ୍ଧୀୟ ଅଭିଯୋଗ ଦେଲେ ଉଚିତ ସମାଧାନ କରାଯିବ ବୋଲି ପ୍ରତିଶୃତି ଦିଆଯାଇଛି । ଅଧାରୁ ଅଧିକ କାମ ସରିଥିଲେ ସୁଦ୍ଧା ବିସ୍ଥାପନ ସମସ୍ୟା ଯୋଗୁଁ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ପ୍ରକଳ୍ପ ସଂପୂର୍ଣ୍ଣ ହୋଇପାରୁନାହିଁ ।