ପ୍ରଥମ ପର୍ଯ୍ୟାୟରେ ଆଶୀର୍ବାଦ ଯୋଜନାରେ ୧୩୧୩ଜଣଙ୍କୁ ସହାୟତା ପ୍ରଦାନ

0 310

ବଲାଙ୍ଗୀର,୧୬/୭- ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗୀର ଜିଲ୍ଲାର ୧୩୧୩ଜଣ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ଦିଆଯାଇଛି । ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଓ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ୧୩୧୩ଜଣଙ୍କୁ ୧୯ଲକ୍ଷ ୮୨ହଜାର ଟଙ୍କା ସହାୟତା ରାଶି ଦିଆଯାଇଛି ।

hiring

କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ,ରାଜ୍ୟ ଖାଦ୍ୟ ସୁରକ୍ଷା,ମାଗଣା ଶିକ୍ଷା, ଉଚ୍ଚଶିକ୍ଷା ପାଇଁ ଗ୍ରୀନ୍‌ ପାସେଜ୍‌ ଇତ୍ୟାଦି ଯୋଜନାରେ ଶୀଘ୍ର ସାମିଲ କରିବା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ମହିଳା ଓ ଶିଶୁ ବିକାଶ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରି ଆଶୀର୍ବାଦ ଯୋଜନା ଅନ୍ତର୍ଗତ ଶିଶୁମାନଙ୍କ ଉପରେ ସୂଚନା ଓ ଖବର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ଚଞ୍ଚଳ ରାଣା ଆଶୀର୍ବାଦ ଯୋଜନା ସଂପର୍କରେ ସବିଶେଷ ସୂଚନା ଦେବା ସହ ଖୁବ୍‌ ଶୀଘ୍ର ସମସ୍ତ ଯୋଗ୍ୟ ହିତାଧୀକାରୀଙ୍କୁ ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ପ୍ରାରମ୍ଭିକ ସୂଚନା ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

nineteen − 8 =