ବଲାଙ୍ଗୀର,୧/୭- ଜିଲ୍ଲାରେ ରବି ଧାନ ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲା ଜିଲ୍ଲା କିଷାନ କଂଗ୍ରେସ । ଜିଲ୍ଲା କିଷାନ କଂଗ୍ରେସ ସଭାପତି ସାନନ୍ଦ କୁମାର ମିଶ୍ରଙ୍କ ନେତୃତ୍ୱରେ ଜୁଲାଇ ୧୫ଯାଏ ମଣ୍ଡି ଅବଧି ବୃଦ୍ଧି, ଲେପସ ଟୋକନକୁ ସଚଳ କରି ଧାନ କିଣିବା, ଧାନର ସହାୟକ ମୂଲ୍ୟ ୨୯୩୦ କରିବା ଇତ୍ୟାଦି ୫ଦଫା ଦାବୀ ରଖିଛନ୍ତି । ଅଣଦେଖା ହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି । ଏ ଅବସରରେ ଶ୍ରୀ ସାନନ୍ଦ ମିଶ୍ର, ବିନୋଦ ପାତ୍ର ପ୍ରମୁଖ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚାଷୀମାରଣ ନୀତିର କଡା ସମାଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ବୀରକିଶୋର ମାରାଣ୍ଡି ଆଲୋଚନା କରି ଉଚିତ ପଦକ୍ଷେପ ନିଆଯିବ ବୋଲି କହିବା ପରେ ବିକ୍ଷୋଭ ସ୍ଥଗିତ ରଖାଯାଇଥିବା ସୂଚନା ଦେଇଛନ୍ତି ।