ବାଇପାସ ନୁହେଁ ବଲାଙ୍ଗୀର ସୁରକ୍ଷାଚକ୍ର କାର୍ଯ୍ୟାନୁଷ୍ଠାନ ଅଗ୍ରଗତି ସଂପର୍କରେ ଆଲୋଚନା

0 138

ବଲାଙ୍ଗୀର,୫/୮ – ଆଜି ଦିନ ୧୧ ଘଣ୍ଟା ସମୟରେ ବଲାଙ୍ଗିର ଏକ୍ସନ କମିଟିର ଆବାହକ ଶ୍ରୀ ଗୋପାଲଜି ପାଣିଗ୍ରାହୀ ଙ୍କ ନେତୃତ୍ୱରେ କମିଟିର ଏକ ପ୍ରତିନିଧି ମଣ୍ଡଳ ବଲାଙ୍ଗୀର ଏନଏଚ ଡିଭିଜନର ନିର୍ବାହୀଯନ୍ତ୍ରୀ ଶ୍ରୀ ହେମନ୍ତ କୁମାର ନାୟକଙ୍କୁ ସାକ୍ଷାତ କରି ବଲାଙ୍ଗୀର ବାଇପାସ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୫ ମସିହାରୁ ବଲାଙ୍ଗୀରରେ ବାଇପାସ ପାଇଁ ସରକାରୀ ସ୍ୱୀକୃତି ମିଳିବା ସତ୍ୱେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ବାଇପାସ ନଥିବାରୁ ସହର ଭିତରେ ଭାରି ଯାନବାହନ ଚାଲିବା ଯୋଗୁ ଅତୀ ରେ ବହୁବ୍ୟକ୍ତିଙ୍କ ଜୀବନ ଦୀପ ଗାଡି ଚକା ତଳେ ଲିଭି ଯାଇଛି । ବଲାଙ୍ଗିର ଏକ୍ସନ କମିଟି ୨୦୧୪ ମସିହାରୁ ବାଇପାସକୁ ‘ବଲାଙ୍ଗୀରର ସୁରକ୍ଷା ଚକ୍ର’ ନାମରେ ନାମିତକରି ବାଇପାସର ତୁରନ୍ତ ନିର୍ମାଣ ପାଇଁ ଅନବରତ ପ୍ରୟାସ କରିଆସୁଛି । ଏହି ସନ୍ଦର୍ଭରେ ଅଭିନବ ଢଙ୍ଗ ରେ “ଫାଇଟ ଏଟ ନାଇଟ’ ପରି ଆନ୍ଦୋଳନ, ଭାରି ଯାନ ରାତି ୧୨ ଟା ପର୍ଯ୍ୟନ୍ତ ସହରରେ ପ୍ରବେଶ ନିଷେଧ ତଥା ବାଇପାସ ପାଇଁ ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀ ମାନନୀୟ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବଲାଙ୍ଗୀର ସାଂସଦ ଶ୍ରୀମତୀ ସଂଗୀତା ସିଂହଦେଓ ଏବଂ ପୂର୍ବତନ ବିଧାୟକ ଶ୍ରୀ କନକବର୍ଦ୍ଧନ ସିଂହଦେଓ ଙ୍କ ଉପସ୍ଥିତିରେ ଜାତୀୟ ରାଜପଥର ବରିଷ୍ଠ ପଦାଧିକାରୀଙ୍କ ସହ ଆଲୋଚନା ଆଦି ଅନ୍ୟତମ । ଆଜିର ଆଲୋଚନାରେ ନିର୍ବାହୀ ଯନ୍ତ୍ରୀଙ୍କୁ କମିଟି ପକ୍ଷରୁ ବାଇପାସ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ପ୍ରଶ୍ନ କରାଯାଇଥିଲା । ନିର୍ବାହୀ ଅଧିକାରୀ ତାଙ୍କର ପ୍ରତି ଉତ୍ତରରେ ସୂଚନା ଦେଇଥିଲେ ଏହା ତାଙ୍କ ସୂଚନା ଅନୁସାରେ ଜମି ଅଧିଗ୍ରହଣ କାର୍ଯ୍ୟ ୮୨ ପ୍ରତିଶତ ସମ୍ପୂର୍ଣ୍ଣ ହୋଇସାରିଛି । ଖୁବ ଶୀଘ୍ର ବାକିଥିବା କାର୍ଯ୍ୟ ସମାପନ କରି ବାଇପାସ ତିଆରିପାଇଁ ଟେଣ୍ଡର ଆସନ୍ତା ତିନି ମାସ ପରେ କରାଯିବ । ଏହା ସହିତ ଆସନ୍ତା ୩ ବର୍ଷ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ରଖାଯାଇଛି ବୋଲି ଉଲ୍ଲେଖ କରିଥିଲେ । କମିଟି ପକ୍ଷରୁ ଯଥାସମ୍ଭବ କାର୍ଯ୍ୟ ତ୍ୱରାନ୍ୱିତ କରିବାପାଇଁ ଶ୍ରୀଯୁକ୍ତ ନାୟକଙ୍କୁ ଅନୁରୋଧ କରାଯାଇଥିଲା ଏବଂ ଆଗାମୀ ଦିନରେ ସଠିକ ସମୟରେ କାର୍ଯ୍ୟ ସମ୍ପନ୍ନ କରା ନଗଲେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ସୁଚିତ କରିଦିଆଗଲା । ଏହି ପ୍ରତିନିଧି ମଣ୍ଡଳରେ କମିଟିର ଉପଦେଷ୍ଟା ଇଂ ମଗନଲାଲ ଅଗ୍ରୱାଲ, ଉପସଭାପତି ମୁନା ପଟ୍ଟନାୟକ, ଯୁବ ସଭାପତି ବିନୋଦ କାଲସାଏ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

3 × one =