କୋଭିଡ୍ ସେଣ୍ଟରକୁ ଖଟିଆ ବୁହା ପ୍ରସଙ୍ଗ, ଘଟଣା ସମ୍ପର୍କରେ ପଚାରିବାରୁ ସାମ୍ବାଦିକଙ୍କୁ ଧମକ ଦେଲେ ଜିରିଡିକିଆ ସରପଞ୍ଚ।

0 370

ବାଲିଗୁଡା/କ.ନୂଆଗାଁ-ଆଜିର ଶିଶୁ କାଲିର ଭବିଷ୍ୟତ। କିନ୍ତୁ ସେମାନେ ସେମାନଙ୍କର ଅଧିକାର ପାଇବାରେ ସବୁଠାରେ ବିଫଳ।ଘରେ,ବାହାରେ,ବିଦ୍ୟାଳୟରେ ସବୁଠି ଉପେକ୍ଷିତ। ସେମାନଙ୍କ ପାଇଁ ସରକାର ଏବଂ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ବହୁତ ଯୋଜନା କରୁଛନ୍ତି ସତ କିନ୍ତୁ ତାହା କେତେ ଫଳପ୍ରଦ ହେଉଛି ସେକଥା ସେହି ପିଲାମାନେ ମଧ୍ୟ ଜାଣିବାର ସୁଯୋଗ ପାଇପାରନ୍ତି ନାହିଁ। ବିଭିନ୍ନ ଚାପର ବଶବର୍ତ୍ତୀ ହୋଇ କଣ୍ଠରୋଧର ଶିକାର ହେଉଛନ୍ତି ଅନେକ ନାବାଳକ। ଏଭଳି ସ୍ଥିତିରେ ସାରା ବିଶ୍ବରେ ଅନେକ ନାବାଳକ ବହୁ ନିର୍ଯ୍ୟାତନାର ଶିକାର ହେଉଛନ୍ତି ଏଣୁ ସମାଜରେ କେବଳ ଗଣମାଧ୍ୟମ ପ୍ରତିନିଧିମାନେ ହିଁ ଏହି ସରଳ ନାବାଳକ ମାନଙ୍କ ସମସ୍ୟା ଲୋକଲୋଚନକୁ ଆଣି ନିର୍ଯ୍ୟାତନା ଦେଉଥିବା ବ୍ୟକ୍ତିବିଶେଷଙ୍କ ଆକ୍ରୋଶର ଶିକାର ହେଉଛନ୍ତି। କିନ୍ତୁ ଗଣମାଧ୍ୟମ ପ୍ରତିନିଧୀ ମାନଙ୍କୁ ସମାଲୋଚନା ନୁହେଁ ଗଠନମୂଳକ ପରାମର୍ଶ ଦେଲେ ସୁସ୍ଥ ସମାଜ ଗଠନ ହୋଇପାରିବ। ଠିକ୍ ଯେମିତି କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆଗାଁ ବ୍ଲକର ଜିରିଡିକିଆ ପଞ୍ଚାୟତରୁ ବଣ୍ଡଗୁଡା ଚଞ୍ଚଳାସାହି କୋଭିଡ୍ ସେଣ୍ଟରକୁ ଖଟିଆ ସ୍ଥାନାନ୍ତର ନିମନ୍ତେ କିଛି ନାବାଳକଙ୍କୁ ଜିରିଡିକିଆ ସରପଞ୍ଚ ମହାଦେବ ପ୍ରଧାନ ନିୟୋଜିତ କରିଥିଲେ । ଘଟଣା ସମ୍ପର୍କରେ ଫୋନ୍ ଯୋଗେ ସରପଞ୍ଚ ମହାଦେବ ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ କଥା ଫାଙ୍କିବା ସହ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିଲେ ଏବଂ ପଡୋଶି ସରପଞ୍ଚ ବଣ୍ଡଗୁଡାର ସଙ୍ଗୀତା ନାୟକଙ୍କ ମୁଣ୍ଡରେ ଅଠା ବୋଳିବାକୁ ଚେଷ୍ଟା କରୁଛନ୍ତି। ସେପଟେ ଘଟଣା ସମ୍ପର୍କରେ କ.ନୂଆଗାଁ ଗୋଷ୍ଠି ଉନ୍ନୟନ ଅଧିକାରୀ ମନୋଜ କୁମାର ତ୍ରିପାଠୀ କହିଛନ୍ତିଯେ, ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପଟେ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିବା ସହ କ.ନୂଆଗାଁ ବି.ଡି.ଓଙ୍କ ପ୍ରତ୍ୟେକ୍ଷ ସଂପୃକ୍ତିରେ କ.ନୂଆଗାଁ ବ୍ଲକରେ ବିଭିନ୍ନ ଦୁର୍ନିତି ଚାଲିଛି ଏଣୁ ତଦନ୍ତ ବାଟବଣା ହେବ ବୋଲି ସାଧାରଣରେ ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

four × two =