ବାଲିଗୁଡ଼ା,୨/୩: ବେଆଇନ୍ ଗଞ୍ଜେଇ ଚୋରାଚାଲାଣ ବେଳେ ବାରଖମା-ବାଲିଗୁଡ଼ା ରାସ୍ତା ଅପରାନାଳ ନିକଟରେ ପୋଲିସ୍ ପକ୍ଷରୁ ଚଢ଼ାଉ ହୋଇଥିଲା । କାର୍ ସହ ୪୧କେଜି ୩୦୦ଗ୍ରାମ୍ ଗଞ୍ଜେଇ ଜବତକରିବାସହ ତିନିଜଣ ଚାଲାଣକାରୀଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ପୋଲିସ୍ । ବାଲିଗୁଡ଼ା ଅଞ୍ଚଳରୁ କଟକ ଜିଲ୍ଲାକୁ ଚାଲାଣ ହେଉଥିବାବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି । ସୂଚନା ପ୍ରକାରେ ବାଲିଗୁଡ଼ା ପୋଲିସ ପକ୍ଷରୁ ରାତ୍ରୀକାଳୀନ ପେଟ୍ରୋଲିଂ ଚାଲିଥିବା ସମୟରେ ବାଲିଗୁଡ଼ା-ବାରଖମା ୪୧ ନଂ ରାଜ୍ୟ ରାଜପଥ ଅପରାଧ ନାଳ ନିକଟରେ ଗଞ୍ଜେଇ ଭର୍ତ୍ତିର୍ି ଏକ କାର୍ ଜବତ କରିବାସହ ଡ୍ରାଇଭର ସମେତ ତିନିଜଣ ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ତିନିଜଣ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର କଳିଙ୍ଗ କେଶରୀ ପ୍ରଧାନ, ବନମାଳୀ ମହାରଣା ଓ ସୈାଭାଗ୍ୟ ବେହେରା ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।