ବ୍ୟାଙ୍କ କର୍ମଚାରୀରୁ ସଫଳ କଦଳୀ ଚାଷୀ

0 367

ବାଲିଗୁଡ଼ା: (ବିପ୍ରଚରଣ ସାହୁ) ବ୍ୟାଙ୍କ କର୍ମଚାରୀ ପରେ ସଫଳ ଚାଷୀ । ହଁ.. ଆମେ ଏମିତି ଜଣେ ବ୍ୟକ୍ତି ବିଶେଷଙ୍କ କଥା କହୁଛୁ ଯିଏକି ଏମବିଏ ପାଠପଢ଼ା ସାରିବା ପରେ ବ୍ୟାଙ୍କରେ ଚାକିରି କରିଥିଲେ । କିନ୍ତୁ ଚାଷ ପ୍ରତି ଥିଲା ତାଙ୍କର ଦୁର୍ବଳତା । ଚାକିରି ଛାଡ଼ି ପ୍ରଥମେ କୃଷିଭିତ୍ତିକ ବ୍ୟବସାୟ ଆରମ୍ଭ କରିଥିଲେ ଏବଂ ଚାଷ ପ୍ରତି ପୁଣି ଆଗ୍ରହ ପ୍ରକାଶ କରିଥିଲେ । ଆଜି ସିଏ ଜଣେ ସଫଳ କଦଳୀ ଚାଷୀ ଭାବରେ ଅଞ୍ଚଳରେ ବେଶ ଜଣାଶୁଣା । ଏମିତି ଜଣେ ଯୁବଚାଷୀଙ୍କ ସଫଳତାର କାହାଣି ବିଷୟରେ ଜାଣିବା ।
କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍‌ ଆଡ଼ିମାହା ଗ୍ରାମପଞ୍ଚାୟତର ସିଟୁପାଜି ଗାଁ । ଗତ ୨୦୧୯ ମସିହା ନଭେମ୍ବର ମାସରେ ୧୩ ଏକର ଜମିରେ କଦଳୀ ଚାଷ ପାଇଁ ପ୍ରୟାସ ଆରମ୍ଭ କରିଥିଲେ ଯୁବ ଚାଷୀ ସୁରେଶ କୁମାର ପଣ୍ଡା । ୧୦ହଜାର ଉନ୍ନତ ମାନର ଜି-୯ କଦଳୀ ଗଛ ଲଗାଇ ବଗିଚା ଆରମ୍ଭ କରିଥିଲେ ସୁରେଶ । ବର୍ଷକ ଭିତରେ ନିଜର ଆକ୍ଳାନ୍ତ ପରିଶ୍ରମ ବଳରେ ଫଳାଇଛନ୍ତି ସୁନାର ଫସଲ । ଏମବିଏ ପାଠପଢ଼ା ସାରିବାପରେ ବ୍ୟାଙ୍କରେ ଚାକିରି କରିଥିଲେ ସୁରେଶ । କିନ୍ତୁ ମନ ଚାହୁଁଥିଲା ଆଉ କିଛି । ଚାକିରି ଛାଡ଼ି ୨୦୦୯ ମସିହାରୁ ବାଲିଗୁଡ଼ାରେ କୃଷି ଭିତ୍ତିକ ବ୍ୟବସାୟ ଆରମ୍ଭ କରିଥିଲେ । ଏବଂ ପରେ ଚାଷ ପ୍ରତି ଗୁରୁତ୍ୱ ଦେଇଥିଲେ ଏହି ଯୁବକ ଜଣକ । ବର୍ତ୍ତମାନ ସମୟରେ ନିଜସ୍ୱ ଉଦ୍ୟମରେ କରିଥିବା କଦଳୀ ଫାର୍ମରୁ ଜିଲ୍ଲା ସମେତ ଜିଲ୍ଲା ବାହାରକୁ କଦଳୀ ପଠାଇ ବେଶ୍‌ ସୁନାମ ଅର୍ଜନ କରିଛନ୍ତି ଏହି ଯୁବଚାଷୀ ।

hiring

ଦୈନିିକ ୨୦ରୁ ୩୦ଜଣ ଶ୍ରମିକ ବଗିଚାରେ କାମ କରନ୍ତି । ଦୈନିକ କାମ ପାଇବାସହ ଉପଯୁକ୍ତ ପାରିଶ୍ରମିକ ପାଇ‌ ଖୁସିଥିବା କହିଛନ୍ତି ଶ୍ରମିକ । ଜିଲ୍ଲା ସମେତ ରାଜ୍ୟର ଭୁବନେଶ୍ୱର, କଟକ, ନୟାଗଡ଼, ପୁରୀ ଆଦି ଅଞ୍ଚଳକୁ ସୁରେଶଙ୍କ ବଗିଚାରୁ କଦଳୀ ରପ୍ତାନି ହେଉଛି । ଭୁବନେଶ୍ୱର ସମେତ ଅନ୍ୟ ଜିଲ୍ଲାରେ ମଧ ଏହି କଦଳୀର ବେଶ୍‌ ଚାହିଦା ରହିଥିବା ଜଣାପଡ଼ିଛି । ନିଜେ ସ୍ୱାବଲମ୍ବୀ ହେବାସହ ଅଞ୍ଚଳର ୨୦ରୁ ୩୦ ପରିବାରଙ୍କୁ ରୋଜଗାରକ୍ଷମ କରିପାରିଛନ୍ତି ସୁରେଶ । ସରକାରୀ ସହାୟତା ଓ ସହଯୋଗ ମିଳିଲେ ଆହୁରି ଅଧିକ କିଛି କରିବା ପାଇଁ ମନବଳେଇଛନ୍ତି ଏହି ଯୁବଚାଷୀ । କନ୍ଧମାଳ ଜିଲ୍ଲାରେ ଏହି ଯୁବଚାଷୀ ଅନ୍ୟ ଚାଷୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ପ୍ରଶାସନିକ ସହାୟତା ମିଳିଲେ ଏହି ଯୁବ ଚାଷୀ ଉପକୃତ ହେବାସହ ଅଞ୍ଚଳବାସୀଙ୍କୁ ଅଧିକ ରୋଜଗାରକ୍ଷମ କରାଇପାରିବେ ବୋଲି ଆଶା ବାନ୍ଧିଛନ୍ତି ସୁରେଶ ।

hiranchal ad1
Leave A Reply

Your email address will not be published.

20 + twelve =