ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ କୋରନା ଟିକାକରଣ ଶୁଭାରମ୍ଭ

0 109

ବାଲିଗୁଡ଼ା,୧୬/୧: ମହାମାରୀ କୋରନା ଭୁତାଣୁର ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଗ୍ରହଣ ପରେ ଆଜି ପ୍ରଧାନମନ୍ତ୍ରୀଙ୍କ ଟିକାକରଣର ଉଦଘାଟନ ପରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ କୋରନା ଯୋଦ୍ଧାଙ୍କୁ ଆରମ୍ଭ ହୋଇଛି ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ଆଜି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଉପଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ଡାକ୍ତରଖାନା ଭାରପ୍ରାପ୍ତ ଅଧିକାରୀ ଡ଼.ବିଜୟ କୁମାର ସୁରଙ୍କ ଉପସ୍ଥିତିରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ସଫେଈ କର୍ମଚାରୀ ଶରତ କୁମାର ମୁଖୀଙ୍କୁ ପ୍ରଥମେ ଟିକା ଦିଆଯାଇଥିଲା । ଏଥିସହିତ ୮୭ ଜଣ କୋରନା ଯୁଦ୍ଧାଙ୍କୁ ଆଜି ଟିକାକରଣ କରାଯାଇଛି । ଟିକା ନେବାପରେ ସଫେଇ କର୍ମଚାରୀ ଶରତ କୁମାର ମୁଖୀ ଓ ଜଣେ ଦୁର୍ଗମ ଅଞ୍ଚଳର ଆଶାକର୍ମୀ ଖୁସି ଅନୁଭବ କରିବା ସହ ଆମେ ପ୍ରଥମେ ଟିକା ନେବାର ସୁଯୋଗ ପାଇଥିବାରୁ ନିଜକୁ ଗର୍ବ ଅନୁଭବ କରୁଛୁ ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

4 × four =