ବାରହା ଆକ୍ରମଣରେ ଯୁବକ ଗୁରୁତର

0 133

ବାଲିଗୁଡ଼ା,୧୬/୪: କନ୍ଧମାଳଜିଲ୍ଲା କୋଟଗଡ଼ବ୍ଲକ୍‌ ଅନ୍ତର୍ଗତ ମାର୍ଲାଙ୍ଗା ପଞ୍ଚାୟତ ସାଲକି ସିତାଗୁଡ଼ି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବାରହା ଆକ୍ରମଣରେ ଯୁବକ ଗୁରୁତର ହୋଇପଡିଥିବାବେଳେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ପରିବାର ଲୋକେ । ସୂଚନା ପ୍ରକାରେ ଗତକାଲି ସାଲକି ସିତାଗୁଡ଼ି ଗାଁର ରୋହିତ ପାଟମାଝୀ ନାମକ ୩୦ ବର୍ଷୀୟ ଜଣେ ଯୁବକ ନିଜ ପରିବାର ଲୋକଙ୍କ ସହ ହଳଦୀ ଖୋଳିବା ପାଇଁ ପଦରକୁ ଯାଇଥିଲେ । ହଳଦୀ ଖୋଳୁଥିବା ସମୟରେ ହଠାତ୍‌ ଏକ ବାରହା ରୋହିତଙ୍କୁ ଆକ୍ରମଣ କରିଥିଲା । ନିଜକୁ ବାରହା କବଳରୁ ବଞ୍ଚାଇବାକୁ ଚେଷ୍ଟା କଲାବେଳେ ବାରହାଟି ରୋହିତଙ୍କ ଦୁଇହାତକୁ କାମୁଡ଼ି ଦେଇଥିବା ଜଣାପଡ଼ିଛି । ଫଳରେ ରୋହିତଙ୍କ ହାତରେ ଗୁରୁତର କ୍ଷତ ହୋଇଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ରୋହିତଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 × 4 =