ବାଲିଗୁଡ଼ା,୪/୬- ସାରା ଦେଶରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରୁଥିବାବେଳେ ଜୀବନକୁ ବାଜି ଲଗାଇ ଘରୁ ବାହାରକୁ ଆସି ଖବର ସଂଗ୍ରହ କରୁଥିବା କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାରେ ୩୦ଜଣ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଗୁଞ୍ଜ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୁରେଶ କୁମାର ଓ ୱାଡ଼ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ଆଶୁତୋଷ ସାହୁ ମିଳିତ ଭାବରେ ଦୁଇ ଅନୁଷ୍ଠାନ ପକ୍ଷରୁ କରୋନା କିଟ ପ୍ରଦାନ କରାଯାଇଥିଲା । ଏହି କିଟ୍ ବଣ୍ଟନ କାର୍ଯ୍ୟକ୍ରମକୁ ସ୍ଥାନୀୟ ଫ୍ରଣ୍ଟଲାଇନ ସାମ୍ବାଦିକ ସଂଘ ସଭାପତି ସନ୍ତୋଷ କୁମାର ଦାଶ ଆୟୋଜନ କରିଥିବା ବେଳେ ସ୍ଥାନୀୟ ତହସିଲଦାର ଶଶାଙ୍କ ଶେଖର ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାମ୍ବାଦିକ ମାନଙ୍କୁ ରାଜ୍ୟ ସରକାର ସମ୍ବୁଖ ଯୋଦ୍ଧା ଘୋଷଣା କରିଛନ୍ତି ଏହା ସହ ସାମ୍ବାଦିକମାନେ କୋଭିଡ ନିୟମ ଅନୁଯାୟୀ ସୁସ୍ଥ ଓ ସୁରକ୍ଷିତ ରହିଲେ ସମାଜ ଗଠନରେ ସହାୟକ ହୋଇପାରିବ କହିଥିଲେ । ଏହି ବୈଠକରେ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ସ ଓ ୱେବ ମିଡ଼ିଆର ସାମ୍ବାଦିକ ଉପସ୍ଥିତ ରହି ମୁଖ୍ୟଅତିଥିଙ୍କ ଠାରୁ କରୋନା କିଟ୍ ଗ୍ରହଣ କରିଥିଲେ । ଫ୍ରଣ୍ଟ ଲାଇନ ର ସମ୍ପାଦକ ଅସିତ୍ କୁମାର ବେହେରା ଙ୍କ ସମେତ ଚିତ୍ତରଂଜନ ନାୟକ, ଭଗବତୀ ପ୍ରସାଦ ସାବତ, ମନୋରଞ୍ଜନ ରାୟ, ବିପ୍ର ଚରଣ ସାହୁ, ସୁବ୍ରତ ମାଝୀ, ସମୁଏଲ ପ୍ରଧାନ, ତାପସ ନାୟକ, ବନବାସୀ ପ୍ରଧାନ, ସୁକାନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।