ବାଲିଗୁଡ଼ା ସିଟି ସ୍କୁଲ୍‌ ନିକଟରୁ ଦେଢ଼ଏକରୁ ଉର୍ଦ୍ଧ୍ୱ ଜମି ଉଚ୍ଛେଦ କଲେ ତହସିଲଦାର

0 149

ବାଲିଗୁଡ଼ା,୧୩/୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଦିନକୁ ଦିନ ସରକାରୀ ଜମି ଜବରଦଖଲ କରିବାରେ ଲାଗିଛନ୍ତି ଜମିମାଫିଆ । ସରକାରୀ ଜମି ଧିରେଧିରେ ଅଞ୍ଚଳରୁ ମାଫିଆ ନିଜ ଅବଦାନକୁ ନେଉଥିବା ଯୋଗୁଁ ସରକାରଙ୍କ ଉନ୍ନୟନ ମୂଳକ କାମ ପାଇଁ ଜମି ଅଭାବ ହେଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ବାଲିଗୁଡ଼ା ଅଞ୍ଚଳରେ । ଗତକାଲି ବାଲିଗୁଡ଼ା ତହସିଲଦାର ଶଶାଙ୍କ ପାତ୍ର ନିଜର ଏକ ସ୍ୱତନ୍ତ୍ର ଟିମ୍‌ ସହ ବାଲିଗୁଡ଼ା ସିଟି ସ୍କୁଲ୍‌ ନିକଟରେ ପହଞ୍ଚି ସେଠାରୁ ୧.୫୬୦ ଏକର ଜବରଦଖଲ ଜମି ଉଚ୍ଛେଦ କରିଛନ୍ତି । ଉଚ୍ଛେଦ ହୋଇଥିବା ଜମିର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ତହସିଲଦାର । ଅନ୍ୟପଟେ ବାଲିଗୁଡ଼ା ତହସିଲ ଅଧିନରେ ଯେତେ ସବୁ ସରକାରୀ ଜମି ଜବରଦଖଲ ହୋଇଛି ସେସବୁକୁ ଆଗାମୀ ଦିନରେ ଉଚ୍ଛେଦ କରାଯିବ ବୋଲି କହିଛନ୍ତି ତହସିଲଦାର ଶଶାଙ୍କ ପାତ୍ର । ଘଟଣା ପରେ ଏବେ ଜବରଦଖଲ କାରୀଙ୍କ ମନରେ ଛନକା ପଶିଲାଣି ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି ।

hiranchal ad1
Leave A Reply

Your email address will not be published.

3 + 12 =