ବାଲିଗୁଡ଼ା,୬/୮: ବାଲିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା । ୫୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଜବତ କରିଛି ପୋଲିସ୍ । ଡିଏସପି ସ୍ୱରାଜ ଦେବତାଙ୍କ ନେତୃତ୍ୱରେ ଏକ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡ଼ା ଥାନା ବରିକିଆ ଗ୍ରାମରେ ବାହାର ଜିଲ୍ଲାକୁ ଚୋରାଚାଲାଣ ପାଇଁ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ରଖାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଖବରପାଇ ବରିକିଆ ଗ୍ରାମରେ କିଛି ଲୋକଙ୍କ ଘରେ ଅଚାନକ ଚଢ଼ାଉ କରିଥିଲା ପୋଲିସ୍ । ସେଠାରୁ ୧ଟନ୍ ୪୪କେଜି (୧୦୪୪କେଜି) ଗଞ୍ଜେଇ ଜବତ କରିବାସହ ବିପୁଳ ପରିମାଣର ବେଆଇନ୍ ଗଞ୍ଜେଇ ରଖିଥିବା ଅଭିଯୋଗରେ ଚାରିଜଣଙ୍କୁ ଗିରଫ କରିଛି ପୋଲିସ୍ । ଅଞ୍ଚଳରେ ଦିନକୁଦିନ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବାବେଳେ ପୋଲିସ ପକ୍ଷରୁ ମଧ୍ୟ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଏବଂ ଗଞ୍ଜେଇ ଚାଷ ଓ ଚୋରାଚାଲାଣ ରୋକିବାକୁ ଜୋରଦାର ପ୍ରୟାସ ଚାଲିଥିବା ସୂଚନା ଦେଇଛନ୍ତି ଡିଏସପି ସ୍ୱରାଜ ଦେବତା ।