ବାଲିଗୁଡ଼ାରେ ଆରମ୍ଭ ହେଲା ନାଇଟ୍‌ କର୍ଫ୍ୟୁ, ସଂକ୍ରମଣ ରୋକିବାକୁ ପ୍ରଶାସନର ତତ୍ପରତା

0 147

ବାଲିଗୁଡ଼ା,୧୮/୪: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସିର ପାତ୍ର ସାହି ଓ ଟ୍ରେଜେରୀ କଲୋନୀରୁ ପଜିଟିଭ୍‌ ଚିହ୍ନଟ ପରେ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ପ୍ରଶାସନ । ଏଥିସହିତ ସହରରେ ମାସ୍କ ଚେକିଂ ଓ ସାମାଜିକ ଦୂରତାକୁ କଡ଼ାକଡ଼ି କରାଯାଇଥିବା ସହ ଅମାନିଆଙ୍କ ନିକଟରୁ ଫାଇନ୍‌ ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତକାଲି ରାତିରୁ ନାଇଟ୍‌ କର୍ଫ୍ୟୁ ଆରମ୍ଭ ହୋଇଛି ବାଲିଗୁଡ଼ା ସହରରେ । ବିଭିନ୍ନ ସ୍ଥାନରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି । ଅନ୍ୟପଟେ ନାଇଟ କର୍ଫ୍ୟୁକୁ ସଫଳ କରିବାକୁ ରାତିସାରା ପଇଁତରା ମାରୁଛି ପୋଲିସ୍‌ ।

hiranchal ad1
Leave A Reply

Your email address will not be published.

eight − 1 =