ଜୋର୍‌ଧରିଲା ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ପୁଣି ୧କୋଟି ୮୦ଲକ୍ଷ ଟଙ୍କାର ବେଆଇନ ଗଞ୍ଜେଇ ଗଛ ନଷ୍ଟ

0 271

ବାଲିଗୁଡ଼ା,୧୬/୧୧: ଜୋର୍‌ ଧରିଲା ବେଆଇନ୍‌ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ । କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ପୁଣି ମିଳିତ ଚଢ଼ାଉ କରାଯାଇ ୧କୋଟି ୮୦ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ସାଇନପଡ଼ା ପଞ୍ଚାୟତର ଡାଉଙ୍ଗିଆ ଓ କାଳିଆଜୋଡ଼ି ଅଞ୍ଚଳର ସରକାରୀ ଜଙ୍ଗଲରେ ୧୮୦ ଏକର ଜମିରେ ହୋଇଥିଲା ବେଆଇନ୍‌ ଗଞ୍ଜେଇ ଚାଷ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ପୋଲିସ୍‌ ଫୋର୍ସ ସମେତ ଅବକାରୀ କର୍ମଚାରୀ ଓ କ.ନୂଆଗାଁ ଥାନା ଅଧିକାରୀ ନିଜ ଟିମ୍‌ ସହ ବେଆଇନ୍‌ ଭାବେ ସରକାରୀ ଜମିରେ ଗଞ୍ଜେଇ ଚାଷ ହୋଇଥିବା ଅଞ୍ଚଳରେ ପହଞ୍ଚିଥିଲେ । ୧୮୦ ଏକର ଜମିରେ ହୋଇଥିବା ୧ଲକ୍ଷ ୮୦ ହଜାର ଗଞ୍ଜେଇ ଗଛକୁ କାଟିବାସହ ସେଥିରେ ନିଆଁ ଲଗାଇ ପୋଡ଼ି ନଷ୍ଟ କରାଯାଇଛି । କନ୍ଧମାଳ ଏସପି ଓ ଅବକାରୀ ଏସପିଙ୍କ ନିର୍ଦ୍ଦେଶରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାତାର ଭାବେ ଚାଲିଛି ବେଆଇନ୍‌ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ।

hiranchal ad1
Leave A Reply

Your email address will not be published.

nineteen − 1 =