ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ୭୧ତମ ବନ ମହୋତ୍ସବ ପାଳିତ

0 158

ବାଲିଗୁଡ଼ା,୭/୭- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ୭୧ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବାଲିଗୁଡ଼ା ଉପଖଣ୍ଡକୁ ସବୁଜ ସୁନ୍ଦର କରିବା ପାଇଁ ବନବିଭାଗ ପକ୍ଷରୁ ପ୍ରୟାସ ଜାରିରହିଛି । ୭୧ତମ ବନ ମହୋତ୍ସବ ଅବସରରେ ବନ ବିଭାଗ ପକ୍ଷରୁ ବାଲିଗୁଡ଼ା ସରକାରୀ ଉଚ୍ଚ଼ ବାଳକ ବିଦ୍ୟାଳୟ ପରିସରରେ ୫୦୦ରୁ ଉର୍ଦ୍ଧ୍ୱ ଚାରା ରୋପଣ କରାଯାଇଛି । ଏଥିରେ ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍, ଆଇଆଇସି ପ୍ରଶାନ୍ତ କୁମାର ବେହେରାଙ୍କ ସମେତ ଡିଏଫ୍ଓ ବିଶ୍ୱନାଥ ନୀଳନବର, ଏନ୍ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଯୋଗଦେଇ ଚାରାରୋପଣ କରିଥିଲେ । ବାଲିଗୁଡ଼ା ରେଞ୍ଜ ଫରେଷ୍ଟର ପ୍ରଭାତ କୁମାର ଦୋରା କାର୍ଯ୍ୟକ୍ରମର ଆୟୋଜନ କରିଥିବାବେଳେ ବିଭାଗୀୟ କର୍ମଚାରୀମାନେ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ । ଲୋକଟିଏ ଗଛଟିଏ ଏହି ଉକ୍ତିକୁ ସମସ୍ତେ ପାଳନ କରିବା ଆବଶ୍ୟକ । ପ୍ରତ୍ୟେକ ବ୍ୟକ୍ତି ଗଛକୁ ଭଲପାଇବା ଆବଶ୍ୟକ ଏବଂ ସମସ୍ତେ ଗଛ ଲଗାଇବା ସହ ଗଛର ଯତ୍ନନେବା ଆବଶ୍ୟକ । ପରିବେଶ ସବୁଜିମା ରହିଲେ ପ୍ରାଣୀ ଜଗତ ସୁସ୍ଥ ଓ ସୁରକ୍ଷିତ ରହିବ ବୋଲି କହିଛନ୍ତି ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍ ଓ ଆଇଆଇସି ପ୍ରଶାନ୍ତ କୁମାର ବେହେରା ।

hiranchal ad1
Leave A Reply

Your email address will not be published.

fifteen − eleven =