ବାଲିଗୁଡ଼ା ଏନ୍‌ଏସି ପକ୍ଷରୁ ଏପିଓଏସ୍‌ ମେସିନ୍‌ ମାଧ୍ୟମରେ ଗୃହ ଟିକସ ଆଦାୟ ଶୁଭାରମ୍ଭ

0 92

ବାଲିଗୁଡ଼ା,୧/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏମପିଓଏସ (ମୋବାଇଲ୍‌ ପଏଣ୍ଟ୍‌ ଅଫ୍‌ ସେଲ୍‌) ମେସିନ୍‌ ମାଧ୍ୟମରେ ଅନ୍ୟ ଲାଇନରେ ଗୃହ ଟିକସ ଆଦାୟ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏନ୍‌ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ବାଲିଗୁଡ଼ା ଏକ୍ସିସ୍‌ ବ୍ୟାଙ୍କ ଶାଖା ପରିଚାଳକ ଦୀପକ ଦାସ ଓ ଜିଲ୍ଲା ସଂଯୋଜିକାଙ୍କ ଉପସ୍ଥିତିରେ ଏହି ମେସିନ୍‌ର ଶୁଭାରମ୍ଭ କରାଯାଇଛି । ଏନ୍‌ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ ପ୍ରଥମେ ଏହି ମେସିନ୍‌ ମାଧ୍ୟମରେ ନିଜ ଘରର ଟିକସ ପାଠ କରିଛନ୍ତି । ଏଥିସହିତ ଏହି ମେସିନ୍‌ ମାଧ୍ୟମରେ ବାଲିଗୁଡ଼ା ଏନ୍‌ଏସିର ସମସ୍ତ ଘର ମାଲିକ ନିଜନିଜର ହୋଲଡିଂ ଟିକସ ଦେଇପାରିବେ ବୋଲି କହିଛନ୍ତି ଅଧ୍ୟକ୍ଷ ଲୋକନାଥ ପାଢ଼ୀ । ଚଳିତବର୍ଷ ମହାମାରୀ କରୋନା କଟକଣା ଯୋଗୁଁ ସେପ୍‌ଟେମ୍ବର ଓ ଅକ୍ଟୋବର ମାସର ଟିକସ ଉପରେ ଶତକଡ଼ା ୧୦ଭାଗ ଛାଡ଼ କରାଯାଇଛି । ଅନ୍ୟପଟେ ବାଲିଗୁଡ଼ାରେ ଏହିଭଳି ଅନ୍‌ଲାଇନ୍‌ ଟିକସ ଆଦାୟ ପ୍ରଥମଥର ପାଇଁ ଆରମ୍ଭ କରାଯାଇଥିବା ବେଳେ ଘରର ଭ୍ୟାଲୁଏସନ୍‌ ଦେଖି ଟିକସ ଆଦାୟ କରାଯାଉଛି ବୋଲି ଏନ୍‌ଏସି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମକୁ ଏନ୍‌ଏସି କାର୍ଯ୍ୟାଳୟର ମୁକେଶ କୁମାର ନାୟକ ସୂଚାରୁରୂପେ ପରିଚାଳନା କରିଛନ୍ତି ।

hiranchal ad1
Leave A Reply

Your email address will not be published.

twenty − 8 =