ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ କରୋନା ଟିକାକରଣ ଶୁଭାରମ୍ଭ, ପ୍ରଥମ ଦିନରେ ଟିକା ନେଲେ ୧୧୭ଜଣ କରୋନା ଯୋଦ୍ଧା

0 83

ବାଲିଗୁଡ଼ା,୧୬/୧: ବହୁ ପ୍ରତୀକ୍ଷିତ ମହାମାରୀ କୋରନା ଭୁତାଣୁର ଟିକାକରଣ ଆଜି ହୋଇଯାଇଛି । ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଗ୍ରହଣ ପରେ ଆଜି ପ୍ରଧାନମନ୍ତ୍ରୀଙ୍କ ଟିକାକରଣର ଶୁଭ ଉଦଘାଟନ ପରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ କୋରନା ଯୋଦ୍ଧାଙ୍କୁ ଟିକାକରଣ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଆଜି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଉପଜିଲ୍ଲାପାଳ ଶୁୁଭଙ୍କର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ଡାକ୍ତରଖାନା ଭାରପ୍ରାପ୍ତ ଅଧିକାରୀ ଡ଼.ବିଜୟ କୁମାର ସୁରଙ୍କ ଉପସ୍ଥିତିରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ସଫେଈ କର୍ମଚାରୀଙ୍କୁ ପ୍ରଥମେ ଟିକା ଦିଆଯାଇଥିଲା । ଏଥିସହିତ ୧୧୭ ଜଣ କୋରନା ଯୋଦ୍ଧାଙ୍କୁ ଆଜି ଟିକାକରଣ କରାଯାଇଛି । ଟିକା କରଣ ପରେ ସମସ୍ତେ ସୁସ୍ଥ ଅଛନ୍ତି ଟିକା ନେଇଥିବା କୌଣସି ଲୋକଙ୍କ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନଥିବା କହିଛନ୍ତି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଅଧିକାରୀ ଡ଼.ବିଜୟ କୁମାର ସୁର୍‌ ।

hiranchal ad1
Leave A Reply

Your email address will not be published.

fifteen − 6 =