କ.ନୂଆଗାଁ କଞ୍ଜାମେଣ୍ଡି ଅଞ୍ଚଳରେ ଅଜଣାରୋଗ ଆତଙ୍କ

0 270

ବାଲିଗୁଡ଼ା,୧୦/୪: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍‌ କଞ୍ଜାମେଣ୍ଡି ଅଞ୍ଚଳରେ ଅଜଣା ରୋଗ ଆତଙ୍କ ଦେଖାଦେଇଛି । ଗତ ଆଠ ଦଶ ଦିନ ମଧ୍ୟରେ ୧୦ରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । କିଛି ଲୋକ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ପ୍ରାୟ ୫ଜଣ ରୋଗୀ କ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଅନ୍ୟପଟେ ଆଉକିଛି ରୋଗୀ ଏଯାଏଁ ଡାକ୍ତରଖାନା ନାହିଁ ଘରେ ଚିକିତ୍ସିତ ହେଉଥିବା କହିଛନ୍ତି ରୋଗୀଙ୍କ ସଂପର୍କୀୟ । ସୂଚନା ପ୍ରକାରେ ସୁସ୍ଥ ଥିବା ଲୋକେ ହଠାତ୍‌ ରୋଗାକ୍ରାନ୍ତ ହେଉଛନ୍ତି । ଲୋକଙ୍କୁ ଜ୍ୱର, ଝାଡ଼ା, ବାନ୍ତି ହେଉଛି । ସେପଟେ ବର୍ତ୍ତମାନ ସୁଦ୍ଧା ରୋଗର କାରଣ ଜଣାପଡ଼ିନାହିଁ, ଏନେଇ ଅମେ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ଜଣାଇଛୁ ବୋଲି କହିଛନ୍ତି କ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ କ୍ରିଷ୍ଣା ନାୟକ । ଅନ୍ୟପଟେ ପାଣି ଯୋଗୁଁ ଏଭଳି ହୋଇଥିବା ସନ୍ଦେହ କରି ଯୋଗାଣ ପାଣି ଟାଙ୍କିରେ ଔଷଧ ପକାଯାଇଥିବା କହିଛନ୍ତି ବିଡ଼ିଓ ଶରତ ପାତ୍ର ।

hiranchal ad1
Leave A Reply

Your email address will not be published.

2 × 3 =