କରୋନା ସଚେତନତା ପାଇଁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ଅଭିନବ ପ୍ରୟାସ,ଗୀତ ଗାଇଲେ

0 443

ବାଲିଗୁଡ଼ା: ସାରା ବିଶ୍ବରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିଚାଲିଛି । ଅନ୍ୟପଟେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ବାଲିଗୁଡ଼ା ବ୍ଲକ୍ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ଗୋକୁଳ ଚାନ୍ଦ ଓ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟର ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ ବସନ୍ତ କୁମାର ପାତ୍ର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଗିତ ମାଧ୍ୟମରେ ସଚେତନ କରିବାପାଇଁ ଉଦ୍ୟମ କରିଛନ୍ତି ।

hiring

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 149ରେ ପହଁଚିଥିବାବେଳେ ଲୋକେ କରୋନା ଭୁତାଣୁକୁ ନେଇ ଏବେ ଆତଙ୍କିତ । ଡାକ୍ତର, ନର୍ସ,ପାରା ମେଡିକାଲ୍ କର୍ମଚାରୀ, ସଫେଇ କର୍ମଚାରୀ, ପୋଲିସ୍, ଗଣମାଧ୍ୟମ ପ୍ରତିନିଧି ବର୍ତ୍ତମାନ ପରିସ୍ଥିତିରେ ଆଗଧାଡ଼ିର ଯୋଦ୍ଧା ସାଜି ନିଜ ଜିବନକୁ ବାଜି ଲଗାଇ କରୋନା ଭୁତାଣୁର ମୁକାବିଲା କରୁଛନ୍ତି । ହେଲେ ଏହି ଦୁଇ ଯୋଦ୍ଧା ଗୀତ ମାଧ୍ୟମରେ ଜନସାଧାରଣଙ୍କୁ ଆଉଟିକେ ସଚେତନ କରାଇବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି ।

hiranchal ad1
Leave A Reply

Your email address will not be published.

nine − one =