ସଲପ ତାଡି ପିଆଇ ଯୁବତୀ ଙ୍କୁ ଦୁଷ୍କର୍ମ, ଡାକ୍ତରୀ ରିପୋର୍ଟ ପାଇଁ ପୀଡିତାଙ୍କୁ ନେଇ ପୁଲିସକୁ ବୁଲିବାକୁ ପଡିଲା ୩ଦିନ

0 216

ବାଲିଗୁଡା,୭/୨- କୋଟଗଡ ଥାନା ଅନ୍ତର୍ଗତ ପକାରୀ ପଞ୍ଚାୟତରେ ଘଟିଛି ଏକ ଲଜ୍ୟାଜନକ ଘଟଣା । ସଲପ ମଦ ପିଆଇ ଜଣେ ଯୁବତୀଙ୍କୁ ଦୁଇଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କୋଟଗଡ଼ ପୋଲିସ୍‌ । ସୂଚନା ପ୍ରକାରେ ଗତ ଫେବୃଆରୀ ୧ ତାରିଖ ଦିନ ପିଦୁଡିମିଲା ଗ୍ରାମର ଓସେଫ ବଡ଼ମାଝି, ବୟସ-୨୩ ର ବାହାଘର ଥିଲା କିନ୍ତୁ ତା ପୂର୍ବରୁ ଗତ ୨୯ ଜାନୁଆରୀରେ ନିଜ ଗ୍ରାମର ତିନି ଜଣ ଯୁବତୀଙ୍କ ସହ ମିଶି ଭୋଜି ଖାଇବାସହ ଓ ଶଲପ ମଦ ପିଇ ମଜାମସ୍ତି କରିବାକୁ ଓସେଫ୍‌ ଯୁବତୀ ମାନଙ୍କୁ କଥା ଦେଇଥିଲା । ଫେବୃଆରୀ ୧ ତାରିଖଦିନ ଗାଁ ରୁ ୫୦୦ମିଟର ଦୂର ପେନାପେଟି ଜଙ୍ଗଲରେ ସନ୍ଧ୍ୟା ୫ ଟା ସମୟରେ ଉକ୍ତ ତିନି ଜଣ ଯୁବତୀ ସହ ମିଶି ଓସେଫ ସଲପ ମଦ ପିଇଥିଲା । ସେଥିମଧ୍ୟରୁ ଦୁଇଜଣ ଯୁବତୀ ନିଶାସକ୍ତ ଅବସ୍ଥାରେ ଯେନତେନ ପ୍ରକାରରେ ଘରକୁ ଫେରି ଆସିଥିଲେ କିନ୍ତୁ ରହିଯାଇଥିବା ଜନୈକ ଯୁବତୀ ନିଶା ଅବସ୍ଥାରେ ଥିବା ସମୟରେ ଓସେଫ ନିଜର ସମ୍ପର୍କୀୟ ଭାଇ ନୀଳାମ୍ବର ବଡ଼ମାଝିଙ୍କୁ ଡାକି ସହଯୋଗ କରିବାକୁ କହିଥିଲା । ନିଳାମ୍ବର ଘଟଣାସ୍ଥଳରେ ପହଁଚିବା ପରେ ପୀଡିତା ଜଣକ ନିଶାସକ୍ତ ହୋଇ ପଡ଼ିଥିବା ଦେଖି ଓସେଫ, ନୀଳାମ୍ବର ମିଶି ଯୁବତୀକୁ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ କଥାଟି ପରିବାର ଲୋକ ଜାଣିବା ପରେ ପୀଡିତା ପରିବାର କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ କୋଟଗଡ଼ ଥାନା ଅଧିକାରୀ ଅଲେଖ ଗରଡିଆ,କେସ ନଂ-୫ ତା:୦୧/୦୨/୦୨୧ରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ପ୍ରକାଶ ଥାଉକି ଥାନାରେ ମାମଲା ରୁଜୁ ହେବା ପରେ ପୀଡିତାଙ୍କୁ ନେଇ ଡାକ୍ତର ରିପୋର୍ଟ ପାଇଁ ପୁଲିସକୁ ୩ଦିନ ନାକେଦମ ହେବାକୁ ପଡ଼ିଥିବା ଜଣାପଡ଼ିଛି । ଘଟଣା ପ୍ରକାରେ ପୋଲିସ୍‌ ପିଡ଼ିତାର ଡାକ୍ତରୀ ମାଇନା କରାଇବା ପାଇଁ ପ୍ରଥମେ କୋଟଗଡ଼ ଡାକ୍ତରଖାନା ପରେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ତାପରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ଏବଂ ସେଠାରୁ କ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏହାପରେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ଯିବାପରେ ଡାକ୍ତରୀ ରିପୋର୍ଟ ମିଳିଥିଲା ପୋଲିସ୍‌କୁ । କିନ୍ତୁ ଜଣେ ପୀଡିତାର ଡାକ୍ତରୀ ରିପୋର୍ଟ ପାଇଁ ବାରଦୁଆର ଶୁଣ୍ଢିପିଣ୍ଡା କରାଯାଏ ତାହେଲେ ଦୁଷ୍କର୍ମର ତଥ୍ୟ ତଦନ୍ତ ବାଟବଣା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ଏବଂ ପୀଡ଼ିତା ନ୍ୟାୟ ମିଳିବାରେ ମଧ୍ୟ କଷ୍ଟସାଧ୍ୟ ହେବାର ସମ୍ଭାବନା ମଧ୍ୟ ରହୁଛି । ଯଦି ପୋଲିସ ଅଧିକାରୀ ପୀଡ଼ିତାକୁ ନେଇ ଡାକ୍ତରଖାନାରୁ ଡାକ୍ତରଖାନାକୁ ତିନିଦିନ ବୁଲିବେ, ତା ହେଲେ ଯଦି କିଛି ଅସୁବିଧା ହୋଇଥାନ୍ତା ସେଥିପାଇଁ କିଏ ଦାୟୀ ହୋଇଥାନ୍ତା । ପୀଡିତାକୁ ଫେରାଇ ଦେଇଥିବା ଡାକ୍ତର ନା ଜିଲ୍ଲା ପ୍ରଶାସନ?

hiranchal ad1
Leave A Reply

Your email address will not be published.

nineteen + one =