ସୀମାନ୍ତ ଜଙ୍ଗଲରେ ସିଆରପିଏଫ୍‌ ପକ୍ଷରୁ କୁମ୍ବିଂ ଅପରେସନ: ମାଓ କ୍ୟାମ୍ପ ଠାବ,ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

0 246

ବାଲିଗୁଡ଼ା,୪/୮: କୁମ୍ବିଂ ଅପରେସନ ବେଳେ ବାରଖମା ସିଆରପିଏଫ୍‌ ଏ/୧୨୭ ବାଟାଲିୟନକୁ ବଡ଼ ସଫଳତା । କନ୍ଧମାଳ-କଳାହାଣ୍ଡି ସୀମାନ୍ତ କୁଟିଗୁଡ଼ା ଓ ଲେଙ୍ଗୁଡ଼ି ଜଙ୍ଗଲରେ ସିଆରପିଏଫ୍‌ ପକ୍ଷରୁ ଚାଲିଥିଲା କୁମ୍ବିଂ ଅପରେସନ । ଅପେରସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଥିବା ଜଣାପଡ଼ିଛି । ମାଓ କ୍ୟାମ୍ପରୁ ୩ ଦେଶୀ ବନ୍ଧୁକ, ଏମୋନିୟମ ନାଇଟ୍ରେଟ, ରେଡ଼ିଓ, ବିସ୍ଫୋରକ ସାମଗ୍ରୀ, ଔଷଧ ଓ ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଛି । ଗତ ତିନି ଦିନ ତଳେ ବାରଖମା ଫାଣ୍ଡି ଅଧିନସ୍ତ କଳାହାଣ୍ଡି ସିମାନ୍ତ ସମାଗାଁ ଜଙ୍ଗଲରେ ମାଓ ଉପସ୍ଥିତି ନେଇ ସୂଚନା ପାଇଥିଲା ସିଆରପିଏଫ୍‌ । ସୂଚନା ମୁତାବକ ସିଆରପିଏଫ୍‌ ଏ/୧୨୭ ବାଟାଲିୟନର ସେକେଣ୍ଡ ଇନ କମାଣ୍ଡାଣ୍ଟ ମାଉଲି ମୋହନ କୁମାର ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସମ୍ୟଜିତ ଭକ୍ତଙ୍କ ନେତୃତ୍ୱ ରେ ଆଜି ସକାଳେ ୩୬ ଜଣିଆ ଏକ ଟିମ୍‌ ସୀମାନ୍ତ ଜଙ୍ଗଲରେ ଅପେରସନ ଆରମ୍ଭ କରିଥିଲା ।ଉକ୍ତ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ କିଛି ମାଓବାଦୀ ସେଠାରୁ ଖସି ପଳାଇଥିବା ଜଣାପଡ଼ିଛି । ମାଓ କ୍ୟାମ୍ପ ଠାବ ନେଇ ସିଆରପିଏଫ୍‌ ଏ/୧୨୭ ବାଟାଲିୟନ କମାଣ୍ଡଣ୍ଟ ଆନନ୍ଦ ଝା ସୂଚନା ଦେଇଛନ୍ତି । ଅନ୍ୟପଟେ ଆଗକୁ ମଧ୍ୟ ଏଭଳି ଅପରେସନ ଜୋରଦାର କରାଯିବ ବୋଲି କହିଛନ୍ତି କମାଣ୍ଡାଣ୍ଟ ଝା ।

hiranchal ad1
Leave A Reply

Your email address will not be published.

2 × 5 =