ବାଲିଗୁଡ଼ା,୮/୭: କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଜଗନ୍ନାଥ ମନ୍ଦିରରେ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ହେବ ରଥଯାତ୍ରା । ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼. ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ରଥଯାତ୍ରା ପ୍ରସ୍ତୁତି ବୈଠକ । ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ କେବଳ ସେବାୟତ ମାନଙ୍କୁ ନେଇ ରୀତିନୀତି ଅନୁଯାୟୀ ଅସ୍ଥାୟୀ ମଣ୍ଡପରେ ଯାତ୍ରା ପାଳନ ହେବାପାଇଁ ଆଲୋଚନା ହୋଇଥିଲା । ଏହି ବୈଠକରେ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ ମଧୁସୂଦନ ଦାସ, ଲୋକନାଥ ପାଢ଼ୀ, ଶ୍ରୀନିବାସ ଦୋରାଙ୍କ ସମେତ ବିଡିଓ ଡ. ଜଗଦୀଶ ଷଡ଼ଙ୍ଗୀ, ତହସିଲଦାର ଶଶାଙ୍କ ଶେଖର ପାତ୍ର, ଡିଏସପି ସ୍ୱରାଜ ଦେବତା ପ୍ରମୁଖ ବିଭିନ୍ନ ଅଫିସରମାନେ ଉପସ୍ଥିତ ଥିଲେ । କୋଭିଡ ନିୟମକୁ କଡ଼ା କଡ଼ି ପାଳନ କରାଯିବ ବୋଲି ଉପଜିଲ୍ଲାପଳ ଶ୍ରୀ ମହାପାତ୍ର କହିଥିଲେ ।