ମାଲବାହୀ ଟ୍ରକ୍ ସହ ମୋଟରସାଇକେଲ ଧକ୍କା, ମା ମୃତ, ପୁଅ ଗୁରୁତର

0 458

ବାଲିଗୁଡ଼ା, ୩/୭: କନ୍ଧମାଳଜିଲ୍ଲା ତୁମୁଡ଼ିବନ୍ଧ ଥାନା ଝରିଘାଟି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ମାଲବାହୀ ଟ୍ରକ ତଳେ ଚାପିହୋଇ ବାଇକ ଆରୋହୀଙ୍କ ମା ମୃତ୍ୟୁବରଣ କରିଥିବାବେଳେ ପୁଅ ଗୁରୁତର ଆହତ ହୋଇଛ୍ତି । ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି । ସୂଚନା ପ୍ରକାରେ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଜରିଘାଟି ନିକଟରେ ଏକ ମୋଟରସାଇକେଲ ଯୋଗେ ମା ପୁଅ କୋଟଗଡରୁ ବାଲିଗୁଡା ଯାଉଥିବାବେଳେ ସାମ୍ନା ପଟୁ ଏକ ମାଲବାହୀ ଟ୍ରକ ଏମଏଚ୪୦ବିଜି୬୦୫୭ ଭାରସାମ୍ୟ ହରାଇ ଦ୍ରୁତ ଗତିରେ ରାସ୍ତାର ଡାହାଣ ଆଡକୁ ମାଡି ଆସିଥିଲା । ଫଳରେ ବାଇକ୍ ଆରୋହୀଙ୍କ ମା ତୁଳସା ରଣା(ବୟସ -୫୫)ଙ୍କ ମୁଣ୍ଡ ଉପରେ ଟ୍ରକର ଆଗଚକ ଚଢିଯିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏଥିସହିତ ପୁଅ ପିଣ୍ଟୁ ରଣାଙ୍କୁ ଅଚେତ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ କୋଟଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ଜଣାପଡ଼ିଛି । ସେପଟେ କ୍ଷତିପୂରଣ ଦାବୀ ନେଇ ସାଧାରଣ ଜନତା ରାସ୍ତାରୋକ କରିବା ସହ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି । ତୁମୁଡ଼ିବନ୍ଧ-ମୁନିଗୁଡ଼ା ମୁଖ୍ୟ ରାସ୍ତାର ଦୁଇ ପାଶ୍ୱର୍ରେ ଶତାଧିକ ଗାଡି ଅଟକି ରହିଛି । ଅନ୍ୟପଟେ ଖବରପାଇ ତୁମୁଡ଼ିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫଙ୍କ ସମେତ ତ୍ରିଲୋଚନ ପ୍ରଧାନ ଓ ନିଳାଞ୍ଚଳ ଜେନା ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

hiranchal ad1
Leave A Reply

Your email address will not be published.

sixteen − twelve =