୧୨ଘଣ୍ଟିଆ ଉଲୁଣ୍ଡା ବନ୍ଦ ଡାକରା

0 142

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାଠାରେ ସବ ରେଜିଷ୍ଟର(ଉପ-ନିବନ୍ଧକ) କାର୍ଯ୍ୟାଳୟ ଦାବୀରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସଚେତନ ନାଗରିକ ମଞ୍ଚା ଫଳରେ ଗାଡିମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହଛି । ସବ୍‌ରେଜିଷ୍ଟର ଅଫିସ ସ୍ଥାପନ ଦାବୀରେ ଏହି ବନ୍ଦ ପାଳନ କରାଯାଉଛି । ଆଜି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ରହିଛି ଉଲୁଣ୍ଡା ବ୍ଲକ । ସଚେତନ ନାଗରିକ ମଞ୍ଚ ଉଲୁଣ୍ଡା ତରଫରୁ ଉଲୁଣ୍ଡା ତହସିଲ କାର୍ଯ୍ୟାଳୟ ସମ୍ଭୁଖରେ ଧାରଣା ଦେବା ସହ ପିକେଟିଂ କରି ଗାଡି ମଟର ଚଳାଚଳ ବନ୍ଦ କରିଛନ୍ତି । ଏହି ବନ୍ଦକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ବ୍ୟାପକ ବ୍ୟବସ୍ଥା କରିଥିବା ଦେଖିବାକୁ ମିଳୁଛି । ଦୀର୍ଘ ଦିନ ହେଲା ଉଲୁଣ୍ଡାଠାରେ ଏକ ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ସ୍ଥାପନ ପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ ହୋଇଛି ହେଲେ କେବଳ ପ୍ରତିଶୃତି କେବଳ ମିଳିଛି ବୋଲି ସଚେତନ ନାଗରିକ ମଞ୍ଚ ଅଭିଯୋଗ କରିଛି । ଏଥି ପାଇଁ ଉଲୁଣ୍ଡା ବନ୍ଦ ଡାକରା ଦିଆଯାଇଛି ବୋଲି ସଚେତନ ନାଗରିକ ମଞ୍ଚ କର୍ମକର୍ତ୍ତା କହିଛନ୍ତି । ଉଲୁଣ୍ଡା ଠାରେ ସବ ରେଜିଷ୍ଟ୍ରର (ଉପ-ନିବନ୍ଧକ କାର୍ଯ୍ୟାଳୟ ନ ଥିବାରୁ ଉଲୁଣ୍ଡା ବ୍ଲକ ଉପାନ୍ତ ଅଞ୍ଚଳରେ ରହୁଥିବା ଲୋକମାନେ ୬୦ କିଲୋମିଟର ଦୂର ବୀରମହାରାଜପୁର ସବରେଜିଷ୍ଟର କାର୍ଯ୍ୟାଳୟକୁ ଯାଇ ହଇରାଣ ହେଉଛନ୍ତି ।

hiranchal ad1
Leave A Reply

Your email address will not be published.

4 + 18 =