ବାଉଁଶୁଣୀରେ ଦୋକାନ ଭିତରେ ପଶିଲା ଡ୍ରେନ ପାଣି

0 1,121

ବାଉଁଶୁଣୀ/ବୌଦ୍ଧ,୧୬/୮ – ବାଉଁଶୁଣୀ ବୌଦ୍ଧଜିଲ୍ଲାର ଗୋଟିଏ ପ୍ରମୁଖ ବ୍ୟବସାୟିକ ସ୍ଥଳୀ । ଜାତୀୟ ରାଜପଥ କଡରେ ଥିବା ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନ ଉପରେ ୧୦ ଗୋଟି ଗ୍ରାମ ପଂଚାୟତର ଲୋକେ ନିର୍ଭର କରିଥାଆନ୍ତି । ମାତ୍ର ଦୁଃଖର ବିଷୟ ଜାତୀୟ ରାଜପଥ ନମ୍ବର୍‌ ୫୭ର ଡ୍ରେନ ଗୁଡିକରେ ମଇଳା ଜମି ରହି ପୋତି ହୋଇ ପଡିଛି । ଫଳରେ ଟିକିଏ ବର୍ଷା ହେଲେ ବର୍ଷା ଜଳ ନିଷ୍କାସନ ହୋଇନପାରି ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଗତକାଲିର ଲଗାଣ ବର୍ଷାରେ ଜଳ ନିଷ୍କାସନ ହୋଇପାରୁନଥିବା ଯୋଗୁଁ ବାଉଁଶୁଣୀ ବଜାରର ଅନେକ ଦୋକାନ ଭିତରେ ପାଣି ପଶିଥିବା ଦେଖିବାକୁ ମିଳିଛି । ଡ୍ରେନଟି ଜାତୀୟ ରାଜପଥ ବିଭାଗର ହେଲେ ମଧ୍ୟ ତାକୁ ସଫେଇ କରିବା ଗ୍ରାମପଂଚାୟତର କାମ କିନ୍ତୁ ତାହା ଗ୍ରାମ ପଂଚାୟତ କରୁନଥିବା ଯୋଗୁଁ ଏଭଳି ପରିସ୍ଥିତି ହେଉଥିବା ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି । ନିୟମିତ ଡ୍ରେନ ଗୁଡିକ ପରିଷ୍କାର କରାଯିବା ଦିଗରେ ଗ୍ରାମ ପଂଚାୟତ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

two × four =