ଅରୁଣ ଦେ’ଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

0 75

ଭୁବନେଶ୍ୱର ,୨/୮- ପୂର୍ବତନ ବିଧାୟକ ତଥା ବରିଷ୍ଠ ରାଜନିତିଜ୍ଞ ଅରୁଣ ଦେଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତାରେ କହିଛନ୍ତି, ଅରୁଣ ବାବୁ ମୋର ଅନ୍ତରଙ୍ଗ ବନ୍ଧୁ ଥିଲେ । କରୋନାରେ ଆକ୍ରାନ୍ତ ହୋଇ କିଛିଦିନ ଧରି ଏକ ଘରୋଇ ହସପିଟାଲରେ ସେ ଚିକତ୍ସିତ ହେଉଥିଲା ବେଳେ ଆଜି ତାଙ୍କ ବିୟୋଗ ମୋତେ ମର୍ମାହତ କରିଛି । ସେ ଜଣେ ଅଭିଜ୍ଞ ତଥା ସମାଜବାଦୀ ରାଜନିତିଜ୍ଞ ଭାବେ ରାଜ୍ୟରେ ଜଣାଶୁଣା । ଜଣେ ପରୋପକାରୀ ଏବଂ ସମାଜସେବୀ ଭାବେ ଦୀନଦୁଃଖିଙ୍କର ଆପଣାର ବ୍ୟକ୍ତିଥିବାରୁ ସେ ସାଧାରଣ ଜନତାଙ୍କ ପାଖରେ ଅରୁଣ ଦାଦା ନାମରେ ପରିଚିତ ଥିଲେ । ନିଷ୍ଠାପର ଭାବେ ଲୋକଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟକରି ୫ ଥର ବିଧାୟକ ଭାବେ ବାଲେଶ୍ୱରରୁ ନିର୍ବାଚିତ ହୋଇପାରିଥିଲେ । ତାଙ୍କ ବିୟୋଗରେ ଓଡିଶା ଜଣେ ବଳିଷ୍ଠ ରାଜନୈତିଜ୍ଞଙ୍କୁ ହରାଇଲା । ଭବିଷ୍ୟତରେ ବାଲେଶ୍ୱର ମାଟିରୁ ତାଙ୍କ ଭଳି ଆଉଜଣେ ସମାଜସେବୀ ପାଇବା କଷ୍ଟକର ହେବ । ଶ୍ରୀ ପଟ୍ଟନାୟକ ସ୍ୱର୍ଗତ ଦେ’ଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

10 + twenty =