ବାତ୍ୟା ‘ୟସ’ ମୁକାବିଲା ପାଇଁ ୧୯୦ ଉଦ୍ଧାରକାରୀ ଅଗ୍ନିଶମ ବାହିନୀ ନିୟୋଜିତ

0 80

ଭୁବନେଶ୍ୱର,୨୪/୫- ସମ୍ଭାବ୍ୟ ବାତ୍ୟା ୟସ କୁ ଦୃଷ୍ଟିରେ ରଖି ଓଡିଆସ ଅଗ୍ନିଶମ ବିଭାଗ ତରଫରୁ ପୁଣି ଥରେ ପ୍ରସ୍ତୁତି ବୈଠକ ଅନୁୁଷ୍ଠିତ ହୋଇଛି । ଏହି ଅବସରରେ ଆଜି ଅଗ୍ନିଶମ ମହାନିର୍ଦ୍ଦେଶକ ଏମ. ଅକ୍ଷୟ ଭିଡିଓ କନଫରେନସ ଜରିଆରେ ରାଜ୍ୟରେ ସମସ୍ତ ବରିଷ୍ଠ ଅଗ୍ନିଶମ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ବାତ୍ୟା ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଜିଲ୍ଲା ଗୁଡିକରେ ମୋଟ ୧୯୦ ଗୋଟି ଉଦ୍ଧାରକାରୀଦଳକୁ ମୁତୟନ କରାଯାଇଛି । ପ୍ରତ୍ୟେକ ଦଳରେ ପାୱାର ସ, କମ୍ବି ଟୁଲସ, ଟାୱାର ଲାଇଟ ଏବଂ ଅନ୍ୟାନ୍ୟ ଉପକରଣ ଥିବାବେଳେ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଗୋଟିଏ ପ୍ଲାଜମା କଟର ମଧ୍ୟ ମହଜୁଦ ଅଛି । ଏହି ଦଳ ଗୁଡିକ ବାତ୍ୟା ସମୟରେ ଉପୁଡିଥିବା ଗଛଗୁଡିକ କାଟିବା ସହ ବିଦ୍ୟୁତ ଖୁଣ୍ଟକୁ ମଧ୍ୟ କାଟି ରାସ୍ତା ସଫା କରିପାରିବେ । ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ଜଣେ ଲେଖାଏଁ ଅଗ୍ନିଶମ ଅଧିକାରୀ ଦାୟିତ୍ୱରେ ରହିବାସହ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖି କାର୍ଯ୍ୟ କରିବେ । ଏହି ବୈଠକରେ ମୁଖ୍ୟତଃ ପ୍ରଭାବିତ ହେବାକୁ ଥିବା ଅଞ୍ଚଳଗୁଡିକୁ ଚିହ୍ନଟ କରାଯାଇ ସେହି ସ୍ଥାନ ମାନଙ୍କରେ ପ୍ରଶାସନର ଆବଶ୍ୟକତା ଅନୁଯାୟୀ ଅଗ୍ନିଶମ ଟିମଗୁଡିକୁ ମୁତୟନ କରାଯିବା ଉପରେ ଅଗ୍ନିଶମ ମହାନିର୍ଦ୍ଦେଶକ ଗୁରୁତ୍ୱାରୋପ କରିଥିଲେ । ଏହାବ୍ୟତୀତ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି କଟକ, ଭୁବନେଶ୍ୱର, ପୁରୀ ଇତ୍ୟାଦି ସହରର ଜଳମଗ୍ନ ଅଞ୍ଚଳ ମାନଙ୍କରେ ପମ୍ପଗୁଡିକୁ ପ୍ରସ୍ତୁତକରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

hiranchal ad1
Leave A Reply

Your email address will not be published.

three × 3 =