ମାଷ୍ଟର କ୍ୟାଂଟିନ ଛକରୁ ଘୋଡା ଉଠାଇବା ନିଷ୍ପତିରୁ ସରକାର ଶୀଘ୍ର ଓହରି ଯାଆନ୍ତୁ: କଂଗ୍ରେସ

0 73

ଭୁବନେଶ୍ୱର,୧୮/୬- ଭୁବନେଶ୍ୱର ସହରକୁ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ନବୀନ ବାବୁଙ୍କ ସରକାର ଯେତେ ବ୍ୟାକୁଳତା ଦେଖାଉଛନ୍ତି ପ୍ରକୃତରେ ସହରକୁ ସ୍ମାର୍ଟ ସିଟି ନା ସ୍ମାସ ସିଟି କରାଯାଉଛି । ଏ ସହରକୁ ସର୍ବସୁନ୍ଦର କରିବା ଆଳରେ ଏ ସହରର ଐତିହ୍ୟ ଏ ରାଜ୍ୟର ପରମ୍ପରା, କଳା ସଂସ୍କୁତିକୁ ସବୁଦିନ ପାଇଁ ଲୁଚେଇ ଦେବା ପାଇଁ ଅପଚେଷ୍ଟା କରାଯାଉନି ତ ? ଦୀର୍ଘ ୫ ବର୍ଷରୁ ଅଧିକ ହେଲାଣି ଏ ସହରକୁ ସ୍ମାର୍ଟସିଟି କରିବା ପରିବର୍ତ୍ତେ ସବୁ ରାସ୍ତାକୁ ଖୋଳିବା ଏବଂ ଗୋଟିଏ କାମକୁ ଭାଙ୍ଗିବା ପୁଣି ଗଢିବା ଛଡା ୫ ବର୍ଷ ଭିତରେ ନୂଆକାମ କିଛି ହୋଇନାହିଁ । ଏ ପର୍ଯ୍ୟନ୍ତ ସହରରୁ ଜଳ ନିଷ୍କାସନ ବ୍ୟବସ୍ଥା ହୋଇପାରିଲା ନାହିଁ । ସହରର ବିଭିନ୍ନ ଅଂଚଳରେ ପିଇବା ପାଣିର ସମସ୍ୟା ଦୂରୀଭୂତ ହୋଇପାରିଲା ନାହିଁ ଏବଂ ନାଳନର୍ଦ୍ଦମାକୁ ମଧ୍ୟ ପରିଷ୍କାର କରାଯାଇ ପାରିଲା ନାହିଁ । କେବଳ ସହରର ମୁଖ୍ୟରାସ୍ତା ଗୁଡିକୁ ଟେଭଲ ଟାଇଲ ଯୋଡେଇକରି କୋଟିକୋଟି ଟଙ୍କା ବ୍ୟୟବରାଦ କରିବା ସହରର ମୁଖ୍ୟ ରାସ୍ତାଗୁଡିକୁ ସଂକୁଚିତ କରିବାକୁ ଏ ସରକାର କଣ ସ୍ମାର୍ଟ ସିଟିର ଆଖ୍ୟା ଦେଉଛନ୍ତି କି? ଆଜି ମାଷ୍ଟରକ୍ୟାଂଟିନ ଗୋଲେଇ ଭିତରେ ଘୋଡା ସମ୍ମୁଖରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ଆନକୂଲ୍ୟରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ରାଜ୍ୟ କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ ମନ୍ତ୍ରୀ ତଥା ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ତାଙ୍କ ବକ୍ତବ୍ୟରେ କହିଲେ ଯେ ଏହି ଘୋଡା ୧୯୮୯ ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ କାଳରେ ଏହି ଘୋଡାଟି ଭୁବନେଶ୍ୱର ସହରର ମୁଖ୍ୟ ଦ୍ୱାରରେ ସ୍ଥାପନ କରାଯାଇଥିଲା । ଏହି ଘୋଡାଟି କେବଳ ପଥର ନିର୍ମିତ ଆକୃତି ନୁହେଁ ଏହା ଓଡିଶା ସରକାରଙ୍କର ଶାସନର ଚିହ୍ନ ଏହି ଘୋଡା ଓଡିଶାର କଳିଙ୍ଗର ବୀରତ୍ୱର ଗାଥାକୁ ବହନ କରେ । ଏହି ସଭାରେ ବରିଷ୍ଠ ଆଇନଜୀବି ଶ୍ରୀ ଶିବାନନ୍ଦ ରାୟ ଓଡିଶା ସରକାରଙ୍କ ତଥା କିଛି ଅଣଓଡିଆ ସରକାରୀ କର୍ମଚାରୀଙ୍କ ପ୍ରୟୋଜନରେ ଏ ହୀନ ଉଦ୍ୟମ କରାଯାଉଛି । ସରକାର ଅତିଶୀଘ୍ର ନିଜର ନିଷ୍ପତିକୁ ବଦଳାନ୍ତୁ ୨୧ ବର୍ଷ ଭିତରେ ଏ ସହରର ଜନସାଧାରଣଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ଦେଇପାରୁନଥିବା ସରକାର ସ୍ମାର୍ଟ ସିଟି ପରିକଳ୍ପନା ଏକ ଭାଣ୍ଡାମି । ଏହି ପ୍ରତିବାଦ ସଭାରେ ରାଜ୍ୟ କଂଗ୍ରେସର ମୁଖପାତ୍ର ରଜନୀ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରି କହିଲେ ଯେ ପ୍ରଗତିର ନାରେ ନିଜର କଳା, ସଂସ୍କୃତି ଏବଂ ଐତିହ୍ୟକୁ ନଷ୍ଟ କରିଦେବାକୁ ପ୍ରଗତି କୁହାଯାଏ ନାହିଁ । ଏହି ଘୋଡାଟି ଓଡିଶାର ବହୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଭୁବନେଶ୍ୱରର ବହୁ ବଶିଷ୍ଟ ଗୁଣୀଜନଙ୍କର ନିଷ୍ପତିକ୍ରମେ ସ୍ଥାପନ କରାଯାଇଥିଲା । ତନ୍ମମଧ୍ୟରୁ ବିଜୁବାବୁ ମଧ୍ୟ ଅନ୍ୟତମ । ଆଜି ସାରା ବିଶ୍ୱରେ ପ୍ରତ୍ୟେକ ରାଷ୍ଟ୍ର ନିଜର ଐତିହ୍ୟ, କଳା, ସଂସ୍କୃତିକୁ ରକ୍ଷା କରୁଥିବାବେଳେ ଓଡିଶା ସରକାର ଏହାକୁ ନଷ୍ଟ କରିବାରେ ଲାଗିପଡିଛନ୍ତି ଏହା ହେଉଛି ନବୀନ ବାବୁଙ୍କର ସବୁଠାରୁ ବଡ ଟ୍ରାନସ୍‌ଫରମେସନ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଶୋର ଜେନା, ମନୋରଞ୍ଜନ ଦାଶ, ପ୍ରକାଶ ଜେନା, ସୁବ୍ରତ ମହାପାତ୍ର, ପ୍ରକାଶ ମିଶ୍ର, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ, ଜୟନ୍ତ ଭୋଇ, ବଟକୃଷ୍ଣ ରାଉତରାୟ, କହ୍ନେଇ ସେଠୀ, ରଣଜିତ ପଟ୍ଟନାୟକ, ବୃନ୍ଦାବନ ସାହୁ, କୁସୁମ ପ୍ରଧାନ, ମୁନି ଥାପ୍ପା, ସଂକୁନା କହଁର, ଜୟକୃଷ୍ଣ ମଲ୍ଲିଆ, ସାଗର ପଟ୍ଟନାୟକ, ରଞ୍ଜିତ ପାତ୍ର, ସ୍ୱାଗତ କର, ବୁନା ମହାନ୍ତି, ଶ୍ରୀଧର ବଳିଆର ସିଂ, ଅକ୍ଷୟ କୁମାର ଦାସ, କୁନା ମୁଦୁଲି, ଶତୃଘ୍ନ ବେହେରା, ଅବିନାଶ ନନ୍ଦ, ବିକାଶ ପଶୁପାଳକ, ଅଖିଳେଶ ଯାଦବ, ଅନିଲ ଦାସ, ଲୁଲୁ ଅହମ୍ମଦ, ପ୍ରତ୍ୟୁଷ ରଞ୍ଜନ ପ୍ରଧାନ, କାଳୁ ସାହୁ, ନୀଳମଣି ମିଶ୍ର, ନୌସର ଅଲ୍ଲୀ, ସୁଧାଂଶୁ ମୋହନ ପଟ୍ଟନାୟକ, ଅଶୋକ ମଙ୍ଗରାଜ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

ten − one =