ବାତ୍ୟା ମଧ୍ୟରେ ନୂଆଜୀବନ, ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାରେ ଜନ୍ମନେଲେ ୭୫୦ ଶିଶୁ

0 82

ଭୁବନେଶ୍ୱର,୨୭/୫- ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ଏବଂ ଜିଲ୍ଲା ପ୍ରଶାସନର ସହାୟତାରେ ଗୋଟେପଟେ ସାମୁଦ୍ରିକ ବାତ୍ୟା ‘ୟାସ’ର ଭୟାବହତା ଓ ଅପରପଟେ କରୋନା ମହାମାରୀର ଆତଙ୍କ ମଧ୍ୟରେ ବାତ୍ୟା ପ୍ରଭାବିତ ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାର ଡାକ୍ତରଖାନାଗୁଡିକରେ ୭୫୦ଜଣ ଶିଶୁ ଜନ୍ମଲାଭ କରିଛନ୍ତି । ବାତ୍ୟା ‘ୟାସ’ର ବିପଦକୁ ଆଶଙ୍କାକରି ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି ବିଭାଗ ପକ୍ଷରୁ ଏହି ୧୦ଟି ଜିଲ୍ଲାରେ ଜୁନ୍‌ ପ୍ରଥମ ସପ୍ତାହ ମଧ୍ୟରେ ପ୍ରସବ ହେବାକୁ ଥିବା ଗର୍ଭବତୀ ମହିଳାମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ନିମନ୍ତେ ପଦକ୍ଷେପ ନିଆଯାଇଥିଲା । ବିଭାଗର ଡିଏସଡବ୍ଲ୍ୟୁଓ, ସିଡିପିଓ, ଅଙ୍ଗନୱାଡି କର୍ମୀ, ସୁପରଭାଇଜର ଓ ଆଶାକର୍ମୀମାନଙ୍କ ସହାୟତାରେ ୪୫୫୫ ଜଣ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଥିଲା ।

hiring

ତନ୍ମଧ୍ୟରୁ ୨୧୦୭ ଜଣ ଆସନ୍ନ ପ୍ରସବା ମହିଳାଙ୍କୁ ୨୪ ତାରିଖରୁ ହସପିଟାଲକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ମେ ୨୫ ଓ ୨୬ ତାରିଖରେ କ୍ରମାଗତ ବର୍ଷା, ପବନ ଓ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ୭୫୦ ଜଣ ଶିଶୁ ପୃଥିବୀର ଆଲୋକ ଦେଖିଛନ୍ତି । ବାଲେଶ୍ୱର ୫୮, ଭଦ୍ରକ ୯୮, କଟକ ୬୧, ଜଗତସିଂହପୁର ୮୪, ଯାଜପୁର ୬୯, କେନ୍ଦୁଝର ୫୫, ମୟୂରଭଞ୍ଜ ୩୬, କେନ୍ଦ୍ରାପଡା ୧୬୬, ଖୋର୍ଦ୍ଧା ୯୫ ଏବଂ ପୁରୀ ଜିଲ୍ଲାରେ ୨୮ ଜଣ ଶିଶୁ ଜନ୍ମ ହୋଇଛନ୍ତି । ସମସ୍ତ ପ୍ରସୂତି ଓ ନବଜାତକ ସୁସ୍ଥ ଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

seven + 3 =