୬ ଲକ୍ଷ ଓଡିଆଙ୍କୁ ଘର ନଦେବାକୁ ବିଜେପିର ଷଡଯନ୍ତ୍ର: ବିଜେଡି

0 88

ଭୁବନେଶ୍ୱର,୬/୭: ରାଜ୍ୟର ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ୬ ଲକ୍ଷ ଓଡିଆ ଯେଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଘର ନପାଇବେ ସେଥିଲାଗି ଷଡଯନ୍ତ୍ର ହେଉଥିବା ଆଜି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ସାମ୍ବାଦିକ ସମ୍ମିଳନୀରୁ ସ୍ପଷ୍ଟ ହୋଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଲଜ୍ଜାଜନକ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଛବି ମାହାଲି । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ଶ୍ରୀମତୀ ମାହାଲି କହିଛନ୍ତି ଯେ ଶ୍ରୀ ହରିଚନ୍ଦନ କାହିଁକି ଓଡିଶା ବିରୋଧୀ? ସେ କାହିଁକି ପଶ୍ଚିମ ଓଡିଶା ଏବଂ ଦକ୍ଷିଣ ଓଡିଶା ବିରୋଧୀ? ସେ କାହିଁକି ଚାହୁଁନାହାଁନ୍ତି ଯେ ୬ ଲକ୍ଷ ଓଡିଆ କେବଳ ଏକ ମାସ ପାଇଁ ଆବାସ ପ୍ଲସ୍‌ ପୋର୍ଟାଲ୍‌ ଖୋଲି ସେମାନଙ୍କ ଘର ପାଆନ୍ତୁ । ପ୍ରଥମେ ଶ୍ରୀ ହରିଚନ୍ଦନଙ୍କ ଦଳ କେବିକେ ଯୋଜନା, ବିଆରଜିଏଫ୍‌ ଯୋଜନା ବନ୍ଦ କରି ଏସ୍‌ଟି ପାଣ୍ଠିକୁ ବନ୍ଦ କରିଦେଲା ଏବଂ ବର୍ତ୍ତମାନ ରାଜ୍ୟର ଆଦିବାସୀ ତଥା ପଛୁଆ ଅଞ୍ଚଳ ପାଇଁ ଘର ଦେବାକୁ ବି ବନ୍ଦ କରୁଛନ୍ତି । ଯେତେବେଳେ ରାଜ୍ୟସରକାର ଓଡ଼ିଶାବାସୀଙ୍କୁ ବିଶେଷକରି ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ଲୋକଙ୍କୁ ୬ ଲକ୍ଷ ଅଧିକ ଘର ଯୋଗାଇବାକୁ ଚାହୁଁଛନ୍ତି ସେତେବେଳେ ଶ୍ରୀ ହରିଚନ୍ଦନ ଏହାକୁ ଷଡଯନ୍ତ୍ର କରି ରୋକିବାକୁ ଚେଷ୍ଟା କରିବା ପରିବର୍ତ୍ତେ ଏଭଳି ପଦକ୍ଷେପକୁ ସମର୍ଥନ କରିବା ଉଚିତ । କେତେବେଳେ ଶ୍ରୀ ହରିଚନ୍ଦନ ଏବଂ ତାଙ୍କ ଦଳ ଏଭଳି ହୀନ ରାଜନୀତିରୁ ଉଦ୍ଧ୍ୱର୍କୁ ଉଠି ଓଡ଼ିଶାର ସ୍ୱାର୍ଥପାଇଁ କଥା ହେବେ ବୋଲି ବିଜେଡି ପ୍ରବକ୍ତା ପ୍ରଶ୍ନ କରିଛନ୍ତି । ଆମେ ଦୃଢ ଭାବରେ ଦାବି କରୁଛୁ ଯେ ପଶ୍ଚିମ ଓ ଦକ୍ଷିଣ ଓଡିଶାର ଗରିବ ଓ ଆଦିବାସୀ ଲୋକମାନଙ୍କୁ ଘର ପାଇବାରୁ ବଞ୍ଚିତ ଲାଗି ଶ୍ରୀ ହରିଚନ୍ଦନ ଯେଭଳି ଷଡଯନ୍ତ୍ର ରଚିଛନ୍ତି ସେଥିପାଇଁ ସେ ସେମାନଙ୍କ ନିକଟରୁ କ୍ଷମା ମାଗି ନିଅନ୍ତୁ ବୋଲି ଶ୍ରୀମତୀ ମାହାଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

5 × 4 =