ନୃସିଂହନାଥ ପୀଠର ବିକାଶ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ

0 95

ଭୁବନେଶ୍ୱର,୩/୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ମୁଖ୍ୟଶାସନ ସଚିବ ସୁରେଶ କୁମାର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ ପାଣ୍ଡିଆନ ନୃସିଂହନାଥ ମନ୍ଦିର ପରିଦର୍ଶନରେ ଯାଇ ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି । ସେମାନେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବାହାରି ପୂର୍ବାହ୍ନ ୧୦ଟା ସମୟରେ ପଦ୍ମପୁର ନିକଟସ୍ଥ ସତୀଭଟା ଏୟାରଷ୍ଟ୍ରିପରେ ବିମାନରୁ ଓହ୍ଲାଇ ତତ୍‌କ୍ଷଣାତ ପଶ୍ଚିମ ଓଡିଶାର ଏହି ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀଶ୍ରୀ ନୃସିଂହନାଥ ମନ୍ଦିରକୁ ଯାଇ ସେଠାରେ ମନ୍ଦିର ଟ୍ରଷ୍ଟବୋର୍ଡର କର୍ମକର୍ତ୍ତା ଓ ଜିଲ୍ଲାପ୍ରଶାସନ ସହିତ ଆଲୋଚନା କରିଥିଲେ । ମୁଖ୍ୟଶାସନ ସଚିବ ଶ୍ରୀ ମହାପାତ୍ର ଓ ୫ଟି ସଚିବ ଶ୍ରୀ ପାଣ୍ଡିଆନ ପ୍ରଥମେ ପ୍ରଭୁ ନୃସିଂହନାଥଙ୍କୁ ଦର୍ଶନ କରିବା ସହିତ ମନ୍ଦିର ପରିସରରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ନୃସିହଂନାଥ ମନ୍ଦିରର ବିକାଶ ସହିତ ଖୁବ୍‌ ଶୀଘ୍ର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାପାଇଁ ଏକ ରୋପ୍‌ୱେ ପାଇଁ ଚୂଡାନ୍ତ ପଦକ୍ଷେପ ନିଆଯିବ । ପାଇକମାଳ ନୃସିଂହନାଥ ରାସ୍ତାର ପ୍ରଶସ୍ତିକରଣ ସହିତ ନୃସିଂହନାଥଙ୍କ ଠାରେ ଏକ ବିରାଟ ପିକନିକ୍‌ ସ୍ପଟର ନିର୍ମାଣ କରାଯିବ । ଏହାସହିତ ଏକ ସୁନ୍ଦର ଶିଶୁ ଉଦ୍ୟାନ, ୧ହଜାର ଲୋକଙ୍କ ରାତ୍ର ରହଣି ପାଇଁ ସୁନ୍ଦର ଧର୍ମଶାଳା ନିର୍ମାଣ କରାଯିବାର ପ୍ରସ୍ତାବ ରହିଥିବା ଶ୍ରୀ ମହାପାତ୍ର କହିଥିଲେ । ଏହି ଅବସରରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମାନ ପୁରୁଷୋତ୍ତମ ପ୍ରଧାନ ମନ୍ଦିର ପରିସରରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ରୂପରେଖ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।

hiring

ଏହି ଅବସରରେ ପାଇକମାଳ ନାଗରିକ କମିଟିର ସଭ୍ୟମାନେ, ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଓ ୫ଟି ସଚିବ ଶ୍ରୀ ପାଣ୍ଡିଆନ, ବିକାଶ ପରିଷଦର ଅଧ୍ୟକ୍ଷଙ୍କ ସହିତ ପାଇକମାଳ ଓ ନୃସିଂହନାଥର ବିକାଶ ପାଇଁ ଆଲୋଚନା କରିଥିଲେ । ଆଜିର ଏହି ଗସ୍ତ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଅସିତ ତ୍ରିପାଠୀ, ବରିଷ୍ଠ ସଚିବ ଭିନିଲ କ୍ରୀଷ୍ଣା, ପଦ୍ମପୁର ଉପ-ଜିଲ୍ଲାପାଳ ତନ୍ମୟ ଦରୱାନ, ଜିଲ୍ଲାର ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ନୃସିଂହନାଥ ମନ୍ଦିର ପରିସରରେ ପୋଲିସ ବ୍ୟବସ୍ଥା କଡାକଡି କରିବା ସହିତ ବିଭିନ୍ନ ଛକରେ ପୁଲିସ ମୁତୟନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

8 + 20 =