ଜୁଲାଇ ୩୦ ରୁ ମାଟ୍ରିକ ଅଫଲାଇନ ପରୀକ୍ଷା

0 73

ଭୁବନେଶ୍ୱର,୧/୭- ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ଆସନ୍ତା ଜୁଲାଇ ୩୦ ତାରିଖରୁ ମାଟ୍ରିକ ଅଫ୍‌ ଲାଇନ ପରୀକ୍ଷା ପାଇଁ ନିଷତ୍ତି ନେଇଛନ୍ତି । ଏ ସଂପର୍କିତ ବିଜ୍ଞପ୍ତି ବୋର୍ଡ ପକ୍ଷରୁ ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ମ୍ୟାଟ୍ରିକ ପରୀକ୍ଷା ଜୁଲାଇ ୩୦ରୁ ଆରମ୍ଭହୋଇ ଅଗଷ୍ଟ ୫ ତାରିଖରେ ଶେଷ ହେବ । ଏଥିପାଇଁ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ଆସନ୍ତା ଜୁଲାଇ ୫ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଫର୍ମ ପୂରଣ କରିପାରିବେ । ସବୁବର୍ଗର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ପାଇଁ କୌଣସି ପରୀକ୍ଷା ଫି ଦେବାକୁ ପଡିବ ନାହିଁ । ସ୍ୱତନ୍ତ୍ର ଅଫ ଲାଇନ ପରୀକ୍ଷା କାରଣରୁ ଚଳିତବର୍ଷ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବନାହିଁ । ଏଣୁ ଛାତ୍ରଛାତ୍ରୀମାନେ ସ୍ୱତନ୍ତ୍ର ଅଫ ଲାଇନ ପରୀକ୍ଷାର ସୁଯୋଗ ନେବାପାଇଁ ବୋର୍ଡ କର୍ତ୍ତୃପ କ୍ଷ ଅନୁରୋଧ ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଚଳିତବର୍ଷ ମହାମାରୀ କରୋନା ପାଇଁ କୌଣସି ପରିସ୍ଥିତିରେ ବି ମାଟ୍ରିକ ପରୀକ୍ଷା କରାଯାଇପାରିନଥିଲା । ଏଣୁ ଛାତ୍ରଛାତ୍ରୀଙ୍କ ଗତ ୪ବର୍ଷର ପ୍ରଦର୍ଶନକୁ ନେଇ ମୂଲ୍ୟାୟନ ଆଧାରିତ କରାଯାଇଥିଲା । ଏବଂ ଏଥିରେ ଛାତ୍ରଛାତ୍ରୀଙ୍କୁ ଗ୍ରେଡ ଦେଇ ପାସ୍‌ କରାଯାଇଥିଲା । ମୂଲ୍ୟାୟନରେ ଅନେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ହେବାପରେ ସରକାରଙ୍କ ପକ୍ଷରୁ ଏହି ଅଫ୍‌ ଲାଇନ ପରୀକ୍ଷା ସୁଯୋଗ ସୃଷ୍ଟି କରାଯାଇଛି ।

hiranchal ad1
Leave A Reply

Your email address will not be published.

twenty − 17 =