ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଷଷ୍ଠ ଦିନର ରକ୍ତଦାନ ଶିବିରରେ ୭୦ ୟୁନିଟ୍‌ ରକ୍ତ ସଂଗ୍ରହ

0 67

ଭୁବନେଶ୍ୱର,୫/୭- “କରିବା ରକ୍ତଦାନ ବଞ୍ଚାଇବା ଜୀବନ, ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ’ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତାକୁ ଅନୁସରଣ କରି ଆଜି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କରୋନା ମହାମାରୀ ସମୟରେ ରକ୍ତସଙ୍କଟ ଦୂର କରିବା ପାଇଁ ଭୁବନେଶ୍ୱରରେ ଆଜି ଦ୍ୱିତୀୟ ପର୍ଯ୍ୟାୟର ଷଷ୍ଠ ଦିନରେ ପହଁଚିଲା ରକ୍ତଦାନ ଶିବିର । କରୋନା ସମୟରେ ରକ୍ତଭାବ ଦୂର କରିବା ପାଇଁ ଜୀବନ ବିନ୍ଦୁ ଏବଂ ରକ୍ତଦାନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଯେଉଁ ଆହ୍ୱାନ ଦିଆଯାଇଥିଲା ତାହାକୁ ସଫଳ କରିବାକୁ ଯାଇ ଆଜି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଷଷ୍ଠ ଦିନରେ ଭୁବନେଶ୍ୱର ସ୍ଥିତ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ସଂସଦ କୁମାର ନାୟକଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ୭୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି ।ଏହି କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ଓ ଛାତ୍ର ବ୍ୟାପାର) ପ୍ରଣବ କୁମାର ବଳବନ୍ତରାୟ,ମାନ୍ୟବର ବିଧାୟକ ସୁକିନ୍ଦା ପ୍ରୀତି ରଞ୍ଜନ ଘଡେଇ,ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଶିବିରକୁ ଉଦଘାଟନ କରିଥିଲେ । ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟରେ ଆଜି ଭୁବନେଶ୍ୱରରେ ଷଷ୍ଠ ଦିନର ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ସମସ୍ତ ରକ୍ତଦାତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି ସମାଜସେବା ପ୍ରତି ତେଣୁ ଆଗାମୀ ଦିନରେ ବିଜୁ ଛାତ୍ର ଜନତା ଦଳର ପ୍ରତ୍ୟେକ କର୍ମକର୍ତ୍ତା ସାମାଜିକ କାର୍ଯ୍ୟକ୍ରମ ପାଇଁ ଉତ୍ସାହିତ ବୋଲି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି ଅବସରରେ ମାନ୍ୟବର ବିଧାୟକ ଭୁବନେଶ୍ୱର ମଧ୍ୟ ଅନନ୍ତ ନାରାୟଣ ଜେନା, ମାନ୍ୟବର ବିଧାୟକ ରେଢ଼ାଖୋଲ ରୋହିତ ପୂଜାରୀ,ଓଡିଶା ମତ୍ସ୍ୟ ଉତ୍ପାଦନ ନିଗମ ଚେୟାରମେନ ଅସିତ୍‌ ପଟ୍ଟନାୟକ,ବିଜୁ ଜନତା ଦଳ ରାଜ୍ୟ ସମ୍ପାଦକ ଦୁର୍ଗା ପ୍ରସାଦ ସାମନ୍ତରାୟ, ଭୁବନେଶ୍ୱର ଉତ୍ତର ଜୀବନ ବିନ୍ଦୁ ସଂଯୋଜକ ପ୍ରକାଶ ତ୍ରିପାଠୀ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ପ୍ରଦୋଷ ପରିଡା, ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ ପାଲଟାସିଂ, ରାଜ୍ୟ ସମ୍ପାଦକ ରଞ୍ଜିତ ଦାସ, ଭୁବନେଶ୍ୱର ଜିଲ୍ଲା ସମ୍ପାଦକ ସୁବ୍ରତ ସାହୁ, ଛାତ୍ରନେତା ରାକେଶ ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

hiranchal ad1
Leave A Reply

Your email address will not be published.

5 + 7 =