ଭୁବନେଶ୍ୱର,୧୩/୭- ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟାଙ୍କ ପ୍ରୟାସକ୍ରମେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଭୂତଳ ରାସ୍ତା vechile under pass (VUP)ପରିବର୍ତ୍ତେ Fly over ନିର୍ମାଣ ହେବ । ଏହି କାର୍ଯ୍ୟ ପାଇଁ ଦଳମତ ନିର୍ବିଶେଷରେ ସମସ୍ତ ଦଳର ବିଧାୟକ ଯଥା ସୋମ୍ୟରଞ୍ଜନ ପଟ୍ଟନାୟକ-ବିଧାୟକ ଖଣ୍ଡପଡା, ସୁର ରାଉତରାୟ-ବିଧାୟକ ଜଟଣୀ, ପ୍ରଶାନ୍ତ ଜଗଦେବ -ବିଧାୟକ ଚିଲିକା, ଜିତୁ ମିତ୍ର -ବିଧାୟକ ଖୋର୍ଦ୍ଧା ଏବଂ ଖୋର୍ଦ୍ଧା ନାଗରିକ ମଞ୍ଚ ତରଫରୁ ଗତ ୭ ଏପ୍ରିଲ ୨୦୨୧ ଦିନ ସାଂସଦ ମହୋଦୟାଙ୍କୁ ଆଗ୍ରହ କରିଥିଲେ । Fly Over ସହ ନୂତନ ଭାବେ ତାପଙ୍ଗ ଏବଂ ପଲା ତୋଟାପଡାର ଜନସାଧାରଣ ଆଗ୍ରହକ୍ରମେ ଏବଂ ସାଂସଦଙ୍କ ପ୍ରୟାସ କ୍ରମେ ଉଭୟ ଜାଗାରେ Vechile Under Pass ( VUP) ନିର୍ମାଣ ହେବ । ଏହି କାର୍ଯ୍ୟ ପାଇଁ ସାଂସଦ ମହୋଦୟା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦି ଏବଂ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରିଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି ।