ଭୁବନେଶ୍ୱର,୩/୭:- ବରିଷ୍ଠ କଂଗ୍ରେସ ନେତ୍ରୀ ସ୍ୱର୍ଗତା ଅସୀମା ମହାନନ୍ଦଙ୍କ ନାମରେ ପ୍ରତିଷ୍ଠିତ ହୋଇଥିବା ଅସୀମା ମହାନନ୍ଦ ଚେରିଟେବୁଲ ଟ୍ରଷ୍ଟ ଓଡିଶାର ସାମାଜିକ ବିକାଶ ଦିଗରେ କାର୍ଯ୍ୟ କରୁଛି । କୋଭିଡ ମହାମାରୀ ସମୟରେ ଟ୍ରଷ୍ଟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗରିବଙ୍କୁ ସହାୟତା ଯୋଗାଇ ଦେଉଥିବାବେଳେ ସାମାଜିକ ବିକାଶ ପାଇଁ ପଦକ୍ଷେପ ନେଉଛି । ଟ୍ରଷ୍ଟର ଚେୟାରମେନ ବିଜୟ ମହାନନ୍ଦ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଇତିମଧ୍ୟରେ ଟ୍ରଷ୍ଟ ମଧ୍ୟରୁ ପଶ୍ଚିମ ଓଡିଶାର ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଅଞ୍ଚଳରେ ଗରିବ ମାନଙ୍କୁ ଶୁଖିଲା ଖାଦ୍ୟ, ରନ୍ଧାଖାଦ୍ୟ, ବସ୍ତ୍ର ଇତ୍ୟାଦି ଦାନ କରାଯାଇଥିବାବେଳେ ରାଜଧାନୀ ଭୁବନେଶ୍ୱରରେ କରୋନା ମହାମାରୀର ଅମୋଘ ଅସ୍ତ୍ର କୁହାଯାଉଥିବା ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଛି । ଗରିବ ଅସହାୟ ଆଦିବାସୀ ହରିଜନ ବର୍ଗଙ୍କ ବିକାଶ ପାଇଁ ଟ୍ରଷ୍ଟ ଏହାର କାମ ଜାରି ରଖିବ ବୋଲି ଶ୍ରୀ ମହାନନ୍ଦ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଏବେ ଅସୀମାଙ୍କ ପୁଅ ଅଭିଷେକ ମହାନନ୍ଦ କଂଗ୍ରେସରେ ଜଣେ ନିଷ୍ଠାପର କଂଗ୍ରେସ ନେତାଭାବେ ନିଜର କାର୍ଯ୍ୟ ଜାରିରଖିଛନ୍ତି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସେ ନିକଟବର୍ତ୍ତୀ ହୋଇଥିବାବେଳେ ତାଙ୍କ ପ୍ରେରଣାରେ ଟ୍ରଷ୍ଟପାଇଁ ମଧ୍ୟ ଅନେକ ସମୟରେ ସେବାକାର୍ଯ୍ୟ କରୁଛନ୍ତି ।