୧୨୦ ବାଟାଲିୟନ ପରିସରରେ ନିର୍ମାଣ ହେବ ପକ୍କା ଡ୍ରେନ

0 90

ଭୁବନେଶ୍ୱର,୩/୭- ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଗତ ୧୫ ଫେବୃଆରୀ ୨୦୨୦ ରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ମହୋଦୟଙ୍କୁ ସାକ୍ଷାତ କରି ନୟାପଲ୍ଲୀ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ୧୨୦ ବାଟାଲିୟନ ପରିସରରେ ଡ୍ରେନ ନିର୍ମାଣ ପାଇଁ ଅନୁମତି ଆଗ୍ରହ କରିଥିଲେ । ଗତ ୮ ଏପ୍ରିଲ ୨୦୨୧ ରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ମହୋଦୟ ୧୨୦ ବାଟାଲିୟନ ଠାରେ ଡ୍ରେନ ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଏହି ନିକଟବର୍ତ୍ତୀ ଅଞ୍ଚଳ ସାମାନ୍ୟ ବର୍ଷାରେ ଜଳମଗ୍ନ ହେଉଥିବାରୁ ପ୍ରଭାବିତ ହେଉଥିବା ବହୁସଂଖ୍ୟାରେ ଜନ ସାଧାରଣ ସାଂସଦ ମହୋଦୟାଙ୍କୁ ସମସ୍ୟା ସମାଧାନ ପାଇଁ ଜଣାଇ ଥିଲେ । ଆଜି ସାଂସଦ ଅପରାଜିତା ଷଡଙ୍ଗୀ ଭୁବନେଶ୍ୱର ଜିଲ୍ଲା ବଜେପି ସଭାପତି ବାବୁ ସିଂହ ଏବଂ ବିଜେପି ନେତା ଜଗନ୍ନାଥ ପ୍ରଧାନ ସେହି ଅଞ୍ଚଳକୁ ପରିଦର୍ଶନ କରିବାକୁଯାଇ ଡ୍ରେନ ସମସ୍ୟାର ସମାଧାନ ପାଇଁ ସେଠାରେ ଯଥାଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ । ଏଠାରେ କହିରଖୁଛୁ ଯେ ସାଂସଦ ମୋହଦୟା ଗତ ୧୧.୦୬.୨୦୨୧ରେ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କୁ ଚିଠି ଲେଖି ସେଠାର ଡ୍ରେନ କାର୍ଯ୍ୟ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ ।

hiranchal ad1
Leave A Reply

Your email address will not be published.

four × 4 =