ଭୁବନେଶ୍ୱର,୨୪/୭: ଅଗ୍ରଣୀ ଶିଳ୍ପଗୋଷ୍ଠୀ କଂପାନୀ ଏମଡିଏମର ଅଂଶୀଦାର ୱାଇଲ୍ଡ ଲୋଟସ ଫେସନ ପ୍ରାଇଭେଟ ଲିମିଟେଡ ଖୋର୍ଦ୍ଧା ଛତାବର ଶିଳ୍ପାଞ୍ଚଳରେ ଏକ ନୂଆ ରେଡିମେଡ ମ୍ୟାନୁଫ୍ୟାକଚରିଂ କଂପାନୀର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଛନ୍ତି । ୭୦ କୋଟି ଟଙ୍କା ନିବେଶରେ ଆରମ୍ଭ ହୋଇଥିବା ଏହି କଂପାନୀର ଉତ୍ପାଦନ ବର୍ତ୍ତମାନ ରିଲାଏନ୍ସ ଟ୍ରେଣ୍ଡ ଓ ସମର ଷ୍ଟପରେ ଉପଲବ୍ଧ ହେଉଥିବାବେଳେ ପରେ ଅନ୍ତରାଜୀୟ ବଜାରରେ ଏହା ଉପଲବ୍ଧ ହେବ ବୋଲି କହିଛନ୍ତି ଏହାର ଚେୟାରମ୍ୟାନ ପଙ୍କଜ ଲୋଚନ ମହାନ୍ତି । କଂପାନୀରେ ବର୍ତ୍ତମାନ ସାଢେ ତିନିହଜାର କର୍ମଚାରୀ ନିଯୁକ୍ତି ପାଇଥିବାବେଳେ ଏଠାରେ ରେଡିମେଡ ପୋଷାକ ନିର୍ମାଣ ପାଇଁ ତାଲିମର ବ୍ୟବସ୍ଥା କରାଯିବ । ଏହାଦ୍ୱାରା ଦକ୍ଷ କାରିଗର ସୃଷ୍ଟି ହୋଇପାରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।