ଜବରଦଖଲ ଉଚ୍ଛେଦ, ପେଟକୁ ଲାତ : ଉଠା ଦୋକାନୀ ଥଇଥାନ ଶୂନ

0 227

ବଲାଙ୍ଗୀର – ଜବରଦଖଲ ଉଚ୍ଛେଦ ଅଭିଯାନର ଦ୍ବିତୀୟ ଦିନରେ ପ୍ରତାପ ସାଗର ପଡାରେ ବୁଲଡୋଜର ପ୍ରଭାବରେ ବହୁ ଘର ଖଣ୍ଡିଆ ଖାବରା ହୋଇଛି । କରୋନା ସଙ୍କଟ କାରଣରୁ କିଛି ଦିନର ନୀରବତା ପରେ ଗତକାଲି ଜିଲ୍ଲା ଯୋଗାଣ ଅଧିକାରୀଙ୍କ ପୁରୁଣା କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତା କଡ଼ରେ ଥିବା ଉଠା ଫଳ ବଜାର ଉଚ୍ଛେଦ କରାଯାଇଥିଲା । ଏପରିକି ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ଭୀମ ଭୋଇ ମେଡିକାଲ କଲେଜ ନିକଟସ୍ଥ ଏକ କୋଠା ଭଙ୍ଗା ଯାଇଥିଲା । ବଢୁଥିବା ଜନସଂଖ୍ୟା ଯୋଗୁଁ ପ୍ରଶସ୍ତ ରାସ୍ତା, ସହରର ସୌନ୍ଦର୍ଯ୍ୟକରଣ ଇତ୍ୟାଦିକୁ ଦୃଷ୍ଟିରେ ରଖି ଭଙ୍ଗାଭଙ୍ଗି ଯଥାର୍ଥ ବୋଲି ପ୍ରଶାସନ ଓ କିଛି ଲୋକ ମତ ପ୍ରକାଶ କରୁଛନ୍ତି । ଅନ୍ୟ ପକ୍ଷରେ ଥଇଥାନ ବ୍ୟବସ୍ଥା ଶୀତଳ ଭଣ୍ଡାରରେ ଥିବାବେଳେ ଉଚ୍ଛେଦ ପରେ ଉଚ୍ଛେଦ ଭାତ ଉପରେ ଲାତ ବୋଲି କହୁଛନ୍ତି । ଏଠାରେ ସୂଚାଇ ଦିଆଯାଏ ଯେ, ଉଠା ଫଳ ଦୋକାନୀଙ୍କ ପାଇଁ ସ୍ଥାନ ନିରୂପଣ ହୋଇ ଶୁଭଦିଆକୁ ପ୍ରାୟ ଦେଢ ବର୍ଷ ବିତିଥିଲେ ସୁଦ୍ଧା ନିର୍ମାଣ ଶୂନ । ଦୁର୍ଗା ମନ୍ଦିର ନିକଟ ଓ ଆହୁରି ଅନେକ ସ୍ଥାନରେ ଭାଙ୍ଗି ଦେଇ ପୌରପରିଷଦ ହାତବାନ୍ଧି ବସିଛି । କେବଳ ଏତିକି ନୁହେଁ ବଡ ବଡ ବ୍ୟବସାୟ ପ୍ରତିଷ୍ଠାନ ଆଗରେ ତିଆରି ହୋଇଥିବା ଫୁଟପାଥ, ରାସ୍ତା ଉପରେ ପାର୍କିଂ ଗହଳିର ଅନ୍ୟତମ କାରଣ ହେଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ । ରାଜେନ୍ଦ୍ର କଲେଜ ଓ ଗାନ୍ଧୀ ଷ୍ଟାଡିୟମର ମୂଲ୍ୟବାନ ହଡପ ଜମି ଉଦ୍ଧାର ପ୍ରତି ନିଘା ନାହିଁ । ସାଇନ୍ସ ପାର୍କ ପାଇଁ ସ୍ଥାନ ଯୋଗାଇବାରେ ଆହେତୁକ ବିଳମ୍ବ ହେଉଛି । କିନ୍ତୁ କରୋନା ଭଳି ସଙ୍କଟ ସହ ବର୍ଷା ସମୟରେ ଉଚ୍ଛେଦକୁ ନେଇ ଆଉ କିଛି ଭିନ୍ନ ମତ ପ୍ରକାଶ ପାଉଛି । କରୋନା ପରିଚାଳନା ବିଫଳତା ଓ ଦୁର୍ନୀତି ରୁ ଜନତା ଧ୍ୟାନ ହଟାଇବା ଷଡଯନ୍ତ୍ର ବୋଲି ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

20 − 16 =