ମୁଖ୍ୟ ସଚିବ ଓ ୫ଟି ସଚିବଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ଟିମର ବଲାଙ୍ଗୀର ଗସ୍ତ, ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ସମୀକ୍ଷା

0 188

ବଲାଙ୍ଗୀର,୪/୮- ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭି କେ ପାଣ୍ଡିଆନ ଓ ଏନ୍‌ଏଚ୍‌ଏମ୍‌ ମିଶନ ଡ଼ାଇରେକ୍ଟର ଶାଳିନୀ ପଣ୍ଡିତ ଆଜି ବଲାଙ୍ଗୀର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି । ସକାଳ ୯.୩୦ରେ ତୁଷୁରା ହେଲିପେଡ଼ରେ ଓଲ୍ଲାଇ ଦେଓଗାଁ ହାଇସ୍କୁଲ ପରିଦର୍ଶନ କରିଥିଲେ । ଏହାପରେ ବଲାଙ୍ଗୀର ସହର ସ୍ଥିତ ପିପି ଏକାଡେ଼ମୀ ହାଇସ୍‌ୁଲରେ ପହଞ୍ଚିି ଅଡ଼ିଟୋରିୟମ୍‌, ସ୍ମାର୍ଟକ୍ଳାସ ବୁଲି ଦେଖିବା ସହ କର୍ତ୍ତୃପକ୍ଷଙ୍କ ସହ ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ । ପରେ ଭୀମଭୋଇ ମେଡ଼ିକାଲ କଲେଜ ଏଣ୍ଡ ହସପିଟାଲ ଯାଇ ଅକ୍ସିଜେନ୍‌ ପ୍ଳାଣ୍ଟ ନିର୍ମାଣ କାମ, ଲାଲଟିକ୍ରା ଠାରେ ନିର୍ମାଣାଧିନ ୫୦୦ଶଯ୍ୟା ବିଶିଷ୍ଟ ହସପିଟାଲ ଓ ବଲାଙ୍ଗୀର ଲାଇଫ ଲାଇନ୍‌ କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ବୁଲି ଦେଖିବା ସହ ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ । ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଲକର ଡ଼ାଗଡ଼ୁ, ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡ଼. ଭୀମ ସାହୁ, ମେଡ଼ିକାଲ କଲେଜ ଡ଼ିନ ଡ.଼ ସବିତା ମହାପାତ୍ର,ଅଧକ୍ଷ ଡ.଼ ମହେନ୍ଦ୍ର ସାହୁ, ଲୋୟର ସୁକତେଲ ପ୍ରକଳ୍ପ ମୁଖ୍ୟ ନିର୍ମାଣଯନ୍ତୀ ଇଂ ନରଞ୍ଜନ ରାଉତ,ପିଡ଼ି ଡିଆର୍‌ଡ଼ିଏ ଆର୍‌ ମହେନ୍ଦ୍ର ମହାପାତ୍ର, ଉପ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଜିଲ୍ଲା ମୁଖ୍ୟ ଶିକ୍ଷାଧିକାରୀ ଧୃବଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଉଚ୍ଚସ୍ତରୀୟ ସଚିବ ଟିମର ଗସ୍ତ ପାଇଁ ରାସ୍ତା ସଫାସୁତୁରା ବ୍ୟାପକ ପୋଲିସ୍‌ ମୁତୟନ କରାଯାଇଥିଲା । ତେବେ ଦେଓଗାଁ ପୋଲିସ ଆଗତୁରା କଂଗ୍ରେସ କର୍ମୀ ଦଳର ୫ଜଣଙ୍କ ଅଟକ ରଖିଥିଲା । ସଚିବମାନେ ଯିବା ପରେ ଅଟକ ବିଶ୍ୱଜିତ ପାତ୍ର,କୁନା ସାହୁ,ଯଦୁ ସାହୁ, ପିଣ୍ଟୁ ଫୋଡ଼ ଓ ବଳରାମ ନାୟକଙ୍କୁ ଛାଡ଼ିଥିଲା ପୋଲିସ । ସଚିବଙ୍କୁ ମେଡ଼ିକାଲ ପରିସରରେ ପାରା ମେଡ଼ିକାଲ ଷ୍ଟାଫ୍‌ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ । ଛଟେଇ ହୋଇଥିବା କୋଭିଡ଼ ପାରାମେଡ଼ିକାଲ କର୍ମଚାରୀ ନାରାବାଜି କରି ବିରୋଧ ପ୍ରଦର୍ଶନ କରିଥିଲେ । ସେମାନଙ୍କ ଅଭିଯୋଗ କରୋନା ବଢ଼ିଲେ ନିଯୁକ୍ତି ଦିଆଯାଉଛି କମିଲେ ବାହାର କରାଯାଉଛି । ଜୀବନକୁ ବାଜି ଲଗେଇ ବିପଦ ଜନକ କାମରେ ଦିନରାତି ରୋଗୀ ସେବା କରିଥିଲେ । କିନ୍ତୁ କାମ ସରିଲେ ବେଦିର ମୁହଁ ପୋଡ଼ୁ ନୀତି କଷ୍ଟକର ବୋଲି କହିଥିଲେ । ସେହିପରି ଲୋୟର ସୁକତେଲ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ନିଖିଳ ଓଡ଼ିଶା ଜଳ ସଂପଦ ବିଭାଗ କାର୍ଯ୍ୟକାରିତା କର୍ମଚାରୀ ସଂଘ ତରଫରୁ ଗଣଧାରଣା ଦିଆଯାଇଥିଲା ।

hiranchal ad1
Leave A Reply

Your email address will not be published.

two × 5 =