ଭ୍ରାମ୍ୟମାଣ ଗୋ ଚିକିତ୍ସା ସେବା ଓ ଦୂରଭାଷ ପରାମର୍ଶ କେନ୍ଦ୍ର ଶୁଭାରମ୍ଭ

0 111

ବଲାଙ୍ଗୀର : ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ୍ କୁମାର ତ୍ରିପାଠୀଙ୍କ ଦ୍ବାରା BKN(ବଲାଙ୍ଗୀର-କଳାହାଣ୍ଡି -ନୂଆପଡା)ଆଞ୍ଚଳିକ ଦୁଗ୍ଧ ସଂଘର ଭ୍ରାମ୍ଯମାଣ ଗୋ-ସେବା ଓ ଗୋ ସେବା ଯତ୍ନ ପାଇଁ ଦୁରଭାଷ ପରାମର୍ଶ ସେବାକେନ୍ଦ୍ର ଶୁଭାରମ୍ଭ କରିଥିଲେ। ଗୋ ପାଳନ ମାଧ୍ୟମରେ ଗ୍ରାମାଞ୍ଚଳ ଦୁଗ୍ଧ ଚାଷୀଙ୍କ ସାମାଜିକ ଉତ୍ଥାନ ବିଷୟରେ ଆୟୋଜିତ କର୍ମଶାଳାରେ ଶ୍ରୀଯୁକ୍ତ ତ୍ରିପାଠୀ ପାରମ୍ପରିକ ଚାଷ ସହ ଗୋ ପାଳନ, ମାଛ ଚାଷ ଗ୍ରାମୀଣ ଅର୍ଥନୀତି ଉନ୍ନତି ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଆଗାମୀ ଦିନରେ ଆହୁରି 15ହଜାର ଦୁଗ୍ଧ ଚାଷୀଙ୍କୁ ସାମିଲ କରିବା ପାଇଁ ଯୋଜନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପରାମର୍ଶ ଦେଇଥିଲେ।

hiring

ଏବେ BKN ଆଞ୍ଚଳିକ ଦୁଗ୍ଧ ସଂଘରେ 1500 ଦୁଗ୍ଧ ସମବାୟ ସମିତିରୁ ଦୈନିକ 65ହଜାର ଲିଟର କ୍ଷୀର ସଂଗୃହୀତ ହେବା ସୂଚନା ଦିଆଯାଇଥିଲା।ଡ ଭବାନୀ ଶଙ୍କର ବେହେରା, ସୁବ୍ରତ ରଥ, ପଲ୍ଲବୀ ପ୍ରିୟଦର୍ଶନୀଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓ ସଂଘର ସର୍ବାଧିକ ଦୁଗ୍ଧ ଯୋଗାଇଥିବା ଚାଷୀ ସତ୍ୟ ନାରାୟଣ ବେହେରାଙ୍କୁ ସମ୍ମାନିତ କରାଯାଇଛି। ସଂପାଦକ ଓ ହେଡ ଲୋଡରଙ୍କୁ ଜୀବନ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ସହ ଅତଥିମାନଙ୍କ ଦ୍ବାରା 2ୟ ସଂସ୍କରଣ ସମାଚାର ପୁସ୍ତିକା ଉନ୍ମୋଚନ କରାଯାଇଥିଲା । BKN ପ୍ରଶାସକ ତଥା ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା ମୁଖ୍ୟ ପ୍ରାଣୀ ଅଧିକାରୀ ଡ ଦିଗାମ୍ବର ନାୟକ ଉପସ୍ଥିତ ଥିଲେ । BKN ସାଧାରଣ ପରିଚାଳକ ଡ ସରୋଜ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା ଓ ସଂଯୋଜନା କରିଥିଲେ। ପ୍ରାଣୀଧନ ଚିକିତ୍ସକ, ଦୁଗ୍ଧ ସମବାୟ ସମିତି ସଂପାଦକ ,ଚାଷୀ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

1 × one =